ଆମେରିକା ଯିବା ସହଜ ନୁହେଁ, ଭିସା ପାଇଁ ଅପେକ୍ଷା କରିବାକୁ ପଡିବ ଦେଢବର୍ଷ

92

କନକ ବ୍ୟୁରୋ: ଆମେରିକା ଯିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ବଡ ଝଟକା ଲାଗିଛି । ବର୍ତ୍ତମାନ ଭିଜିଟର୍ସ ଭିସା ପାଇଁ ୨୦୨୪ ଯାଏ ଅପେକ୍ଷା କରିବାକୁ ପଡିବ । ସବୁଠାରୁ କମ ସମୟର ଅପେକ୍ଷା ହେଉଛି ଦେଢବର୍ଷ । ଏହାର ଅର୍ଥ ଯଦି ଆପଣ ବର୍ତ୍ତମାନ ଭିସା ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ୨୦୨୪ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଆପଏଣ୍ଟମେଣ୍ଟ ମିଳିବ । ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ନୂଆଦିଲ୍ଲୀର ଆମେରିକାର ବାଣିଜ୍ୟିକ ଦୂତାବାସରେ ଭିସା ଆପଏଣ୍ଟମେଣ୍ଟପାଇଁ ୫୨୨ ଦିନ ଏବଂ ଷ୍ଟୁଟେଣ୍ଟ ଭିସା ପାଇଁ ୪୭୧ ଦିନର ଅପେକ୍ଷା କରିବାକୁ ପଡିବ ।

ସେହିଭଳି ଯଦି ସ୍ଥାନ ପରିବର୍ତ୍ତନ କରି ଆପଣ ମୁମ୍ବାଇରୁ ଭିସା ଆପଏଣ୍ଟମେଣ୍ଟଆବେଦନ କରନ୍ତି ତେବେ ପ୍ରତୀକ୍ଷା ସମୟ ୫୧୭ ଦିନ ରହିଛି । ସେହିଭଳି ଷ୍ଟୁଡେଣ୍ଟ ଭିସା ପାଇଁ ୧୦ ଦିନ ଅପେକ୍ଷା କରିବାକୁ ପଡିବ । ସେହିଭଳି ଅନ୍ୟ ଅଣପ୍ରବାସୀ ଭିସା ପାଇଁ ପ୍ରତୀକ୍ଷା ସମୟ ଦିଲ୍ଲୀରୁ ୧୯୮ ଏବଂ ମୁମ୍ବାଇରୁ ୭୨ ଦିନ ରହିଛି । ଚେନ୍ନାଇରୁ ଭିଜିଟର୍ସ ଭିସା ପାଇଁ ପ୍ରତୀକ୍ଷା ସମୟ ୫୫୭ ଦିନ ଥିବା ଅନ୍ୟ ଅଣପ୍ରବାସୀ ଭିସା ପାଇଁ ପ୍ରତୀକ୍ଷା ସମୟ ୧୮୫ ଦିନ ରହିଛି ।