ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ : ପାହାଡ ଉପରୁ ବହି ଆସୁଥିବା ଜଳସ୍ରୋତ ଓ ମାଟି ଅତଡାରେ ଭାସିଗଲା ଘରଦ୍ୱାର; ନଦୀ କୂଳରୁ ଦୂରକୁ ଯିବାକୁ ଲୋକଙ୍କୁ ପରାମର୍ଶ

ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମର ଉଦ୍ଧାର କାମ ଜାରି; ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରରେ ଆଲର୍ଟ ଜାରି

157

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ଭୟଙ୍କର ହିମସ୍ଖଳନ । ବରଫଖଣ୍ଡ ତରଳି ବହି ଆସୁଛି ମାଟି ଅତଡା ମିଶା ପାଣି । ଚମୋଲି ଜିଲ୍ଲାର ରେଣି ଗାଁ ନିକଟରେ ଏହି ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସୁଛି । ଏ ହେଉଛି ସେହି ଭୟଙ୍କର ଚିତ୍ର । ହିମସ୍ଖଳନ ଯୋଗୁଁ ପାହାଡ ତଳେ ଥିବା ଗା ପୁରା ଭାସି ଯାଇଛି କହିଲେ ଚଳେ । ଅନେକ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏସଡିଆରଏଫ ଓ ଆଟିବିପିର ୧୦ଟି ଟିମର ୨ଶହ ଜଣ ଯବାନ ଉଦ୍ଧାର କାମରେ ଲାଗିଛନ୍ତି ।

ରେଣି ଗାଁ ନିକଟ ପାହାଡ ତଳେ ହେଉଥିବା ପାୱାର ପ୍ରୋଜେକ୍ଟ ବି କ୍ଷତିଗ୍ରସ୍ତ ହୋଇଛି । ଏହା ସହ ସେଠାରେ ଥିବା ତପୋବନ ବ୍ୟାରେଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସଡ଼ିଆରଫ ଓ ଆଇଟିବିପି ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗାଁ ନିକଟ ଦେଇ ବହି ଯାଇଥିବା ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ହରିଦ୍ୱାର, ରିଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ନଜରରେ ରଖି ଲୋକେ ସତର୍କ ହୋଇ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।