ଉତ୍ତର ପ୍ରଦେଶ ହିଂସା: ଆସିଲା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପଢନ୍ତୁ କେମିତି ହୋଇଛି ମୃତ୍ୟୁ

187

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଅଞ୍ଚଳରେ ରବିବାର ଆନ୍ଦୋଳନ ସମୟରେ ବଡଧରଣର ହିଂସାକାଣ୍ଡ ଘଟିଥିଲା । ଏଥିରେ ୮ ଜଣ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ମୃତକ ମାନଙ୍କ ପୋଷ୍ଟମର୍ଟ ରିପୋର୍ଟ ଏବେ ଆସିଯାଇଛି । ତେବେ ପୋଷ୍ଟମର୍ଟମରୁ ପ୍ରମାଣିତ ହୋଇଛି ଯେ କାହାରି ବି ମୃତ୍ୟୁ ଗୁଳିରେ ହୋଇନି । ତେବେ ଆସନ୍ତୁ ଜାଣିବା କଣ କହୁଛି ପୋଷ୍ଟମର୍ଟମ ରିପୋର୍ଟ ।

ପୋଷ୍ଟମର୍ଟ ରିପୋର୍ଟରେ କଣ ଆସିଲା ମୃତ୍ୟୁର କାରଣ?
-ଲବପ୍ରିତ ସିଂ (ଚାଷୀ)- ଲବପ୍ରିତଙ୍କ ମୃତ୍ୟୁ ଘୋଷାଡି ହେବା, ଶକ୍ତ ଆଘାତ ଓ ରକ୍ତସ୍ରାବ ଯୋଗୁଁ ହୋଇଥିବା ପୋଷ୍ଟମର୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
-ଗୁରବିନ୍ଦର ସିଂ (ଚାଷୀ)- ଗୁରବିନ୍ଦର ସିଂଙ୍କ ଶରୀରରୁ ଘୋଷାଡି ହେବାର ଓ ଦୁଇଟି ଆଘାତର ଚିହ୍ନ ମିଳିଛି, ତେବେ ତାଙ୍କ ମୃତ୍ୟୁର କାରଣ ଏହା ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
-ଦଲଜିତ ସିଂ (ଚାଷୀ)- ଶରୀରର ଅନେକ ସ୍ଥାନରେ ଘୋଷାଡି ହେବାର ଚିହ୍ନ ମିଳିଛି, ତେବେ ଦଲଜିତ ସିଂଙ୍କ ମୃତ୍ୟୁର କାରଣ ଏହା ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
-ଛତ୍ର ସିଂ (ଚାଷୀ)- ଛତ୍ର ସିଂଙ୍କ ମୃତ୍ୟୁ ପୂର୍ବରୁ ଶକ୍ତ ଆଘାତ, ରକ୍ତସ୍ରାବ ଓ କୋମାରେ ରହିଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଘୋଷାଡି ହେବାର ମଧ୍ୟ ଚିହ୍ନ ମିଳିଛି ।
-ଶୁଭମ ମିଶ୍ରା (ବିଜେପି ନେତା)- ଲାଠିରେ ଶୀରରକୁ ପ୍ରବଳ ମାଡ ହୋଇଥିବା ସୂଚନା । ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନଟ ମିଳିଛି ।
-ଶ୍ୟାମସୁନ୍ଦର (ବିଜେପି କର୍ମକର୍ତ୍ତା)- ଲାଠି ଓ ଠେଙ୍ଗାରେ ପ୍ରବଳ ମାଡ । ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ।
-ହରିଓମ ମିଶ୍ରା (ଅଜୟ ମିଶ୍ରାଙ୍କ ଡ୍ରାଇଭର)- ଲାଠି ଓ ଠେଙ୍ଗାରେ ପ୍ରବଳ ମାଡ । ଶରୀରର ଅନେକ ସ୍ଥାନରେ ଆଘାତ । ମୃତ୍ୟୁ ପୂର୍ବରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ସୂଚନା ।
-ରମନ କଶ୍ୟପ (ସମ୍ବାଦିକ)- ଶରୀରରେ ମାଡର ଚିହ୍ନ, ଶକ୍ତ ଆଘାତ ଓ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ।

ଉତ୍ତରପ୍ରଦେଶର ଖେରି ଅଞ୍ଚଳରେ ରବିବାର ଚାଷୀମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ମନ୍ତ୍ରୀ ପୁଅଙ୍କ ଗାଡି ମାଡି ଯାଇ ୪ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ହେଲେ ଏଥିରେ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଲ କ୍ଷ୍ମୀପୁର ହିଂସାର ଷଡଯନ୍ତ୍ର ରଚିଥିଲା କିଏ? ୮ ଜଣ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?