source : AutoGuide.com
୨୦୨୨ ମସିହା ବେଳକୁ ସବୁ ନୂଆ କାର୍ ଏବଂ ବସ୍ ଓ ଟ୍ରକ୍ ଆଦି ଭାରୀ ଯାନ ଗୁଡ଼ିକରେ ଏମିତି ଉପକରଣଟିଏ ଲାଗିବ ଯାହା ନିୟମିତ ରୂପେ ଘଟଣାରେ ବ୍ରେକ୍ ର ନିରୀକ୍ଷଣ କରିବ ଓ ରାସ୍ତାରେ ହଠାତ୍ କୌଣସି ଜିନିଷ ଚିହ୍ନଟ କଲେ ଦୁର୍ଘଟଣାରୁ ବଂଚାଇବ । ଗୁରୁବାର ଦିନ ପରିବହନ ମନ୍ତ୍ରୀ ନୀତିନ ଗଡ଼ଗରୀ ଘୋଷଣା କରିଛନ୍ତି କି ଉନ୍ନତ ଚାଳକ ସହାୟତା ପ୍ରଣାଳୀ(ଆଡଭାନ୍ସ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍’ (ଏଡିଏଏସ୍) ବୈଶିଷ୍ଟ୍ୟକୁ ସରକାର ବାଧ୍ୟତାମୂଳକ କରିବେ।
‘ଏଡିଏଏସ୍’ ସିଷ୍ଟମରେ ଇଲେକ୍ଟ୍ରୋନିକ୍ ସ୍ଥିରତା ପରିଚାଳନା, ସ୍ୱୟଂ ଜରୁରୀକାଳୀନ ବ୍ରେକିଙ୍ଗ୍ ସିଷ୍ଟମ୍, ଆଣ୍ଟି-ଲକ୍ ବ୍ରେକ, ଲେନ୍ ପ୍ରସ୍ଥାନ ସାବଧାନତା ଏବଂ ଅନୁକୂଳ କ୍ରୁଜ୍ ପରିଚାଳନା ଆଦି ବୈଶିଷ୍ଟ୍ୟ ରହିଛି। ସଡ଼କ ପରିବହନ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ଜରୁରୀକାଳୀନ ବ୍ରେକିଙ୍ଗ୍ ସିଷ୍ଟମ୍ ସକ୍ରିୟ ହେବକୁ ଗାଡ଼ିର ବେଗ କେତେ ରହିବା ଆବଶ୍ୟକ ସେ ବିଷୟରେ ସରକାର ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ। ଫଳରେ ଗାଡ଼ି ନିର୍ମାତାମାନେ ସେମାନଙ୍କୁ ଉତ୍ପାଦନ ପାଇଁ ଯୋଜନା କରିବାକୁ ଯଥେଷ୍ଟ ସମୟ ପାଇବେ।
ପରିବହନ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, “ଆମେ ଶିଳ୍ପ ସମେତ ବ୍ୟବସାୟୀମାନଙ୍କ ସହ ଗୋଟିଏ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ କରାଇ ସାରିଛୁ। ୨୦୨୧ ସୁଦ୍ଧା କେତେକ ପାଶ୍ଚାତ୍ୟ ଦେଶରେ ଏ ବୈଶିଷ୍ଟ୍ୟ ବାଧ୍ୟତାମୂଳକ ହେବାର ସମ୍ଭାବନା ରହିଛି। ତେଣୁ, ଆମେ ମଧ୍ୟ ଆମ ଯୋଜନାର ଅଗ୍ରଗତି କରୁଛୁ।“
Follow Us