ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପକ୍ରିୟା : ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେଉଛି ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ

Advertisment
ଡିଜିଟାଲ ହେବ  ଡ୍ରାଇଭିଂ ଟେଷ୍ଟ ପକ୍ରିୟା : ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହେଉଛି ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ

କନକ ବ୍ୟୁରୋ : ଡିଜିଟାଲ ହେବ ଡ୍ରାଇଭିଂ ଟେଷ୍ଟ ପ୍ରକ୍ରିୟା । ପୂର୍ବରୁ ଜଣେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଡ୍ରାଇଭିଂ ସ୍କିଲ ପରୀକ୍ଷା ଦେବାକୁ ପଡ଼ୁଥିଲା । ହେଲେ ବର୍ତମାନ କ୍ୟାମେରା, ସେନସର ଏବଂ କମ୍ପ୍ୟୁଟର ଦ୍ୱାରା ଡ୍ରାଇଭଂ ଟେଷ୍ଟ ନିଆଯିବ  । ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଖୁବଶୀଘ୍ର ଏହି ପ୍ରକ୍ରିୟାକୁ ଲାଗୁ କରାଯିବ ।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଡ୍ରାଇଭିଂ ଟେଷ୍ଟ ସିଷ୍ଟମ, ଏଡିଟିଏସ୍ ପ୍ରତିଷ୍ଠା କରାଯାଉଛି । ପ୍ରଥମେ ୧୯ଟି ଆରଟିଓରେ ଡ୍ରାଇଭିଂ ପରୀକ୍ଷଣ ଟ୍ରାକରେ ଏଡିଟିଏସ ସ୍ଥାପନ କରାଯିବ । ଭିଡିଓ ବିଶ୍ଳେଷଣ ଓ କ୍ୟାମେରା ବ୍ୟବହାର କରି ଏକ ଅତ୍ୟାଧୁନିକ ସେଟଅପ୍ ପ୍ରଦର୍ଶିତ ହେବ । ଯାନଗୁଡ଼ିକର ପ୍ରବେଶ ଠାରୁ ଆରମ୍ଭ କରି ଏହାର ଯାଂଚ ଏବଂ ଡ୍ରାଇଭିଂ ପରୀକ୍ଷା ସବୁକିଛି ଡିଜିଟାଲ ମାଧ୍ୟମରେ ହେବ  ।

ସୂଚନାନୁସାରେ, ଏହି ବ୍ୟବସ୍ଥା କେବଳ ଆବେଦନକାରୀଙ୍କ ଡ୍ରାଇଭିଂ ଦକ୍ଷତା ଯାଞ୍ଚ କରିବ ନାହିଁ ବରଂ ଲାଇସେନ୍ସ ପ୍ରଦାନ କରିବା ସମୟରେ ସ୍ୱଚ୍ଛତାକୁ ମଧ୍ୟ ସୁନିଶ୍ଚିଚ କରିବ । ପ୍ରଥମ ପର୍ଯ୍ୟାୟରେ ୧୯ଟି ଆରଟିଓ ଯଥା ଅନୁଗୁଳ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡା, ଭଞ୍ଜନଗର, ନବରଙ୍ଗପୁର ଏବଂ ସୋନପୁରରେ ଡ୍ରାଇଭିଂ ପରୀକ୍ଷଣ ଟ୍ରାକରେ ଏଡିଟିଏସ ସ୍ଥାପନ କରାଯିବ ।

ଏଥିରେ ଭିଡିଓ ଆନାଲିଟିକ୍ସ ଜ୍ଞାନକୌଶଳ ଏବଂ କ୍ୟାମେରା ଓ ସେନ୍ସର ବ୍ୟବହାର କରାଯିବ । ଯାନଗୁଡିକର ପ୍ରବେଶଠାରୁ ଆରମ୍ଭ କରି ଏହାର ଯାଞ୍ଚ ଏବଂ ଡ୍ରାଇଭିଂ ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ଡିଜିଟାଲ ପଦ୍ଧତିରେ କରାଯିବ । ଟ୍ରାକରେ ସଂଯୋଗ କରାଯାଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡିକ ଏହା ଉପରେ ନଜର ରଖିବ । ଆବେଦନକାରୀଙ୍କ ଦକ୍ଷତା ପରୀକ୍ଷା ସିଟ ବେଲ୍ଟ, ପଥ ପରିବର୍ତ୍ତନ, ଗାଡି ଚାଳନା, ଷ୍ଟପ ଲାଇନ୍ , ଅପ୍ ଗ୍ରେଡିଏଣ୍ଟ, ଫରୱାର୍ଜ-୮, ରିଭର୍ସ-ଏସ୍ ଏବଂ ଟ୍ରାଫିକ୍ ଜଙ୍କସନ୍ ପରି ସୂଚକାଙ୍କ ଉପରେ ବିଚାର କରାଯିବ ।

ଅନ୍ୟପକ୍ଷରେ ଆବେଦନକାରୀମାନେ ସେହି ସ୍ଥାନରେ ପରୀକ୍ଷଣର ଫଳାଫଳ ଜାଣିପାରିବାର ଏଥିରେ ବ୍ୟବସ୍ଥା ରହିଛି । ୧୦ସେକେଣ୍ଡରେ ଫଳାଫଳ ଜଣାଯିବାକୁ ଥିବାବେଳେ ଏଥିରେ ପାସ୍ ହେଲେ ପରୀକ୍ଷାର୍ଥୀ ଆଗାମୀ ପର୍ଯ୍ୟାୟକୁ ଯିବେ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe