ମୋଦି ସରକାରଙ୍କ ନୂଆ ପଦକ୍ଷେପ ! ଏଣିକି ନମ୍ବର ପ୍ଲେଟ ସହ ମିଳିବ ଗାଡ଼ି, ଦେବାକୁ ପଡ଼ିବନି ଅଧିକ ଟଙ୍କା

22

ଗାଡି ଚାଳକଙ୍କ ପାଇଁ ଖୁସିଖବର । ଏଣିକି ଗାଡି କିଣିବା ପରେ ନମ୍ବର ପାଇଁ ଆଉ ବେଶି ଧାଁ ଦଉଡ କରିବାକୁ ପଡିବ ନାହିଁ । କାରଣ ଗାଡି ନିର୍ମାତାକାରୀ କମ୍ପାନୀ ଖୁବ୍ ଶୀଘ୍ର ନମ୍ବର ଲାଗିଥିବା ଗାଡି ବଜାରକୁ ଛାଡିବେ । ଏପରିକି ନମ୍ବର ପ୍ଲେଟର ଦାମ ଗାଡିର ଦାମ ସହ ଏକାଥରକେ ନିଆଯିବ । ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଗାଡିରେ ଲାଗୁଥିବା ନମ୍ବର ପ୍ଲେଟ ଏବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଏଜେନ୍ସି ଠାରୁ କିଣାଯାଉଛି । ତେଣୁ ଦେଶରେ ଗୋଟିଏ ପ୍ରକାର ନମ୍ବର ପ୍ଲେଟ ଲଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଲୋକଙ୍କୁ ମଧ୍ୟ ନମ୍ବର ପ୍ଲେଟ ପାଇଁ ଆଉ ଦୌଡିବାକୁ ପଡିବ ନାହିଁ ।

ଗଡକରୀ କହିଛନ୍ତି ଆମେ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇକ୍ତୁ । ନିଷ୍ପତି ଅନୁଯାୟୀ, କାର ନିର୍ମାତାକାରୀ କମ୍ପାନୀ ଏବେ ଗାଡି ସହ ନମ୍ବର ପ୍ଲେଟ ଲଗାଇ ବିକ୍ରି କରିବେ । ଗାଡି କିଣିବା ପରେ ଗ୍ରାହକ ମାନେ ମେସିନ ସାହର୍ଯ୍ୟରେ କେବଳ ନମ୍ବର ଲେଖିବେ । ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବନି । ଏବେ ବଜାରକୁ ବିକ୍ରି ହେବାକୁ ଆସୁଥିବା କାରରେ ନମ୍ବର ପ୍ଲେଟ ରହୁନାହିଁ । କାର କିଣିବା ପରେ ମାଲିକଙ୍କୁ ନମ୍ବର ପ୍ଲେଟ ଲଗାଇବାକୁ ପଡିଥାଏ । ସାଧାରଣତଃ ପ୍ରତ୍ୟେକ ରାଜ୍ୟରେ ନମ୍ବର ପ୍ଲେଟ କି ଲାଇସେନ୍ସ ପ୍ଲେଟ ଜିଲ୍ଲାସ୍ତରୀୟ ଆରଟିଓ ଦ୍ୱାରା ଜାରି କରାଯାଇଥାଏ । ସେ କହିଛନ୍ତି, ରାଜ୍ୟ ଦ୍ୱାରା କିଣାଯାଉଥିବା ନମ୍ବର ପ୍ଳେଟର ମୂଲ୍ୟ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପ୍ରକାର ନମ୍ବର ପ୍ଲେଟ ଜାରି କରିବାକୁ ନିଷ୍ପତି ନେଇଛନ୍ତି ଗଡକରୀ ।

ଏହାଛଡା ସଡ଼କ ଦୁର୍ଘଟଣା ରୋକିବାକୁ ମଧ୍ୟ ସରକାର ଏକ ନୂଆ ପଦକ୍ଷେପ ଆଣୁଛନ୍ତି ବୋଲି କହିଛନ୍ତି ଗଡକରୀ । ଏଥିପାଇଁ ସବୁ ଗାଡି ନିର୍ମାତା କମ୍ପାନୀକୁ ସିକ୍ୟୁରିଟି ଫିଚର୍ସରେ ପରିବର୍ତ୍ତନ ଆଣିବାକୁ କୁହାଯାଇଛି । ଏହାଦ୍ୱାରା ଗାଡିର ବେଗ ୮୦ କିଲୋମିଟର ଛୁଇଁଲା ମାତ୍ରେ ଆଲାର୍ମ ବାଜି ଉଠିବ । ଯେତେବେଳ ଯାଏଁ ଗାଡି ୮୦ କିଲୋମିଟର ବେଗରୁ କମ ହୋଇନାହିଁ ସେତେବେଳେ ଯାଏଁ ଆଲାର୍ମ ବାଜିବ । ଫଳରେ ରାସ୍ତାରେ ଯାଉଥିବା ଗାଡି ଚାଳକ ସର୍ତକ ହେବା ସହ ଗାଡି ଚଳାଉଥିବା ବ୍ୟକ୍ତି ମଧ୍ୟ ସର୍ତକ ହେବ ।