ଅଟୋ ଭିତରେ ଘରର ସୁବିଧା : କରୋନା କାଳରେ ଅଟୋରେ ବୁଲୁଛି ସ୍ୱଚ୍ଛ ଭାରତର ବାର୍ତ୍ତା , ୱାଇଫାଇ ସାଙ୍ଗକୁ ଅଟୋ ଭିତରେ ରହିଛି ଫୁଲକୁଣ୍ଡ , ସାନିଟାଇଜର୍ ,ୱାସ୍ ବେସିନ୍ ଏବଂ ଡଷ୍ଟବିନର ସୁବିଧା

273

ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ସମସ୍ତେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେଉଛନ୍ତି । ବାହାରକୁ ବାହାରିବା କ୍ଷଣି ବ୍ୟାଗରେ ସାନିଟାଇଜର୍ ଏବଂ ମୁହଁରେ ମାସ୍କ୍ ପିନ୍ଧୁଛନ୍ତି ଲୋକେ । ବ୍ୟକ୍ତିଗତ ଗାଡ଼ି କିମ୍ବା ଅଟୋରେ ଜଣେ ଲୋକ ନେବାକୁ ଚାଳକକୁ କହୁଛନ୍ତି ଯାତ୍ରୀ । ଗାଡ଼ିରେ ବସିବା ପୂର୍ବରୁ ଗାଡ଼ିକୁ ସାନିଟାଇଜ୍ କରାଯାଇଛି କି ନାହିଁ ଅଟୋଚାଳକ ମାସ୍କ୍ ପିନ୍ଧିଛି କି ନାହିଁ ଏବଂ ଅଟୋରେ ସ୍ୱଚ୍ଛତାକୁ ଧ୍ୟାନ ଦିଆଯାଇଛି କି ନାହିଁ ଏଭଳି ଅନେକ ପ୍ରଶ୍ନ ପଚାରୁଛନ୍ତି ଯାତ୍ରୀ । ଯାତ୍ରୀଙ୍କ ସୁରକ୍ଷା ଏବେ ଅଟୋଚାଳକଙ୍କ ପାଇଁ ପ୍ରାଥମିକତା ପାଲଟିଯାଇଛି । ଅଟୋର ସିଟ୍ ଠାରୁ ଆରମ୍ଭ କରି ଧରୁଥିବା ଲୁହାର ରିଲ୍ ପର୍ଯ୍ୟନ୍ତ ସବୁକିଛିକୁ ସାନିଟାଇଜ୍ କରୁଛନ୍ତି ଅଟୋଚାଳକ । ହେଲେ ଏଭିତରେ ଏଭଳି କିଛି କ୍ରିଏଟିଭିଟି ସାମ୍ନାକୁ ଆସୁଛି ଯାହା ସୋସିଆଲ୍ ସେନେସେସନ୍ ପାଲଟୁଛି ।

ନିକଟରେ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ପେଜରେ ଜଣେ ଅଟୋଚାଳକଙ୍କ ଅଟୋକୁ ପୋଷ୍ଟ୍ କରିଥିଲେ । ଏହି ଅଟୋକୁ ଚଳନ୍ତା ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ବୋଲି କୁହାଯାଉଛି । ଭିଡ଼ିଓଟି ମୁମ୍ବାଇର ଜଣାପଡିଥିବା ବେଳେ ଏହା ହୋମ୍ ସିଷ୍ଟମ୍ ଅଟୋରିକ୍ସା ବୋଲି ଜଣାପଡିଛି । ଏହି ଅଟୋରେ ୱାଇଫାଇ ସିଷ୍ଟମ୍ , ହ୍ୟାଣ୍ଡୱାସ୍ ବେସିନ୍ , ସାନିଟାଇଜର୍ ଏବଂ ଫୁଲକୁଣ୍ଡ ସମେତ ଓଦା ଏବଂ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡ଼ଷ୍ଟବିନ୍ ମଧ୍ୟ ରହିଛି । ଏହି ଭିଡ଼ିଓଟିକୁ ଜୁଲାଇ ୧୦ ତାରିଖରେ ଆନନ୍ଦ ମହିନ୍ଦ୍ରା ସେୟାର୍ କରିଥିଲେ । ଭିଡ଼ିଓ ପରେ ଏବେ ଅଟୋଚାଳକଙ୍କୁ ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି ।