କନକ ବ୍ୟୁରୋ : ଦିନକୁ ଦିନ ଟ୍ରାଫ୍ରିକ ନିୟମ କଡ଼ାକଡ଼ି କରାଯାଉଛି । ଅମାନିଆଙ୍କୁ ତାଗିଦ କରିବା ପାଇଁ ମୋଟା ଅଙ୍କର ଚାଲାଣ ମଧ୍ୟ କଟାଯାଉଛି । ପରିବହନ ବିଭାଗ ପକ୍ଷରୁ ଯେତେ ନିୟମ କଲେ ସୁଦ୍ଧା କିଛି ଲୋକ ଏହାକୁ ମାନି ନଥାନ୍ତି । ଶେଷରେ ସେମାନଙ୍କୁ ଫାଇନ ଭରିବାକୁ ପଡ଼ିଥାଏ । ତେବେ ଆଜି କାଲି ବଡ଼ ବଡ଼ ସହର ହେଉବା ଛୋଟ ବଜାର ପ୍ରାୟ ସବୁ ସ୍ଥାନରେ ସିସିଟିଭି ଲଗାଯାଉଛି । ଏନଏଚରେ ମୁଖ୍ୟତଃ ଲାଗିଥିବା ସିସିଟିଭି ଆଧାରରେ ମଧ୍ୟ ଇ-ଚାଲାଣ ଆସୁଛି । ଆଜିକାଲି ଟ୍ରାଫିକ୍ ପୁଲିସ ଅଧିକ ଇ-ଚାଲାଣ କାଟୁଛନ୍ତି । ଏପରିକି ଆପଣମାନେ ରାସ୍ତା କଡ଼ରେ ମଧ୍ୟ ଦେଖିଥିବେ । ଅମାନିଆମାନେ ବିନା ହେଲମେଟରେ ଯାଉଥିବାବେଳେ ଟ୍ରାଫିକ ବାବୁମାନେ ଫଟୋ ଉଠାଇଥାନ୍ତି । ଅନେକ କ୍ଷେତ୍ରରେ ଲୋକେ ଜାଣିବା ପୂର୍ବରୁ ମଧ୍ୟ ଫାଇନ ପଳାଇ ଆସିଥାଏ । ଦୀର୍ଘଦିନ ବିଳମ୍ବ ହେଲେ କୋର୍ଟକୁ ମଧ୍ୟ ଧାଇଁବାକୁ ପଡିଥାଏ ପଡ଼ିଥାଏ । ଏତେସବୁ ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ଜାଣି ରଖନ୍ତୁ କି, କିଭଳିଭାବେ ଘରି ବସି ଭରିବେ ଇ-ଚାଲାଣ । ଆପଣ ଲ୍ୟାପଟପ କିମ୍ବା ମୋବାଇଲରେ ଭରିପାରିବେ ଏହି ଇ-ଚାଲାଣ ।

Advertisment

କେମିତି ଭରିବେ ଇ-ଚାଲାଣ:

  • ସର୍ବପ୍ରଥମେ echallan.parivahan.gov.inକୁ ଯିବାକୁ ପଡ଼ିବ
  • ‘ଚେକ୍ ଅନଲାଇନ୍ ସର୍ଭିସ’କୁ ଯାଆନ୍ତୁ
  • ଡ୍ରପ୍ ଡାଉନରୁ ମେନ୍ୟୁରୁ ‘ଚେକ୍ ଚାଲାଣ ଷ୍ଟାଟସ’କୁ ସିଲେକ୍ଟ କରନ୍ତୁ
  • ମଗା ଯାଇଥିବା ସୂଚନା ପୂରଣ କରିବା ସହ କେପଚା ଭରନ୍ତୁ
  • ‘ଗେଟ୍ ଡିଟେଲ୍ସ’ ଉପରେ କ୍ଲିକ୍ କରନ୍ତୁ
  • ସ୍କ୍ରିନରେ ଚାଲାଣର ସବିଶେଷ ତଥ୍ୟ ଆସିଯିବ
  • ସେଠାରେ ‘ପେ ନାଓ’ ଅପସନ ଦେଖାଯିବ ଏହାକୁ କ୍ଲିକ୍ କରନ୍ତୁ
  • ଦେୟର ଧାରା ବାଛନ୍ତୁ ଏବଂ ଦେୟ ଭରନ୍ତୁ
  • ଦେୟ ଭରିବା ପରେ କାରବାର ଆଇଡି ମିଳିଯିବ

ଯଦି ଏହାହୁଏ ତାହେଲେ ଆପଣଙ୍କ ଚାଲାଣ ଭରା ହୋଇଛି