ଅଟୋ ଡ୍ରାଇଭରଙ୍କ ମହାନତା : ଯାତ୍ରୀଙ୍କୁ ଫେରାଇଲେ ୭ଲକ୍ଷ ଟଙ୍କାର ସୁନାଗହଣା; ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ମାନବିକତାର ଚିତ୍ର

441

କନକ ବ୍ୟୁରୋ : ମହାନତା ଦେଖାଇଲେ ସମ୍ବଲପୁର ଅଟୋ ଡ୍ରାଇଭର । ଯାତ୍ରୀଙ୍କୁ ଫେରାଇ ଦେଲେ ୭ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କ୍ଷେତରାଜପୁର ରେଲୱେ ଷ୍ଟେସନ ନିକଟରେ । ସୂଚନା ଅନୁସାରେ ରବିବାରେ ସନ୍ଧ୍ୟାରେ ନାଗାବଳୀ ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟିଲାଗଡ଼ ସହ ବ୍ଲକପଡାର ଦମ୍ବତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା ।

ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜ ଘରକୁ ଯାଇଥିଲେ । ଅଟୋ ଡ୍ରାଇଭର ନିଜ ଘରକୁ ଫେରିବା ବେଳେ ଦେଖିଥିଲେ ଉକ୍ତ ଦମ୍ପତି ତାଙ୍କ ବ୍ୟାଗ ଛାଡ଼ି ଯାଇଛନ୍ତି । ସେହି ବ୍ୟାଗରେ ଥିଲା ଦୁଇଟି ହାର, ଚେନ୍, ମଙ୍ଗଳ ସୂତ୍ର, ୩ଟି ମୁଦ. ସୁନା ଚୁଡ଼ି । ଏହା ଦେଖି ଡ୍ରାଇଭର ଜଣଙ୍କ ସେହି ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ । ଏବଂ ତାଙ୍କୁ ତାଙ୍କର ଜିନିଷ ଫେରାଇ ଦେଇଥିଲେ ।