ରାତାରାତି କୋଟିପତି ହୋଇଗଲେ ଅଟୋ ଡ୍ରାଇଭର । ଲଟେରୀ ବଦଳାଇ ଦେଲା ଭାଗ୍ୟ ।

165

କନକ ବ୍ୟୁରୋ : ରାତାରାତି ବଦଳିଗଲା ଭାଗ୍ୟ । ଅଟୋ ଡ୍ରାଇଭର ହୋଇଗଲେ କୋଟିପତି । ଏଭଳି ଘଟଣା ବହୁତ କ୍ୱଚିତ୍ ଦେଖିବାକୁ ମିଳେ । ଆଉ ସେହିଭଳି ଏକ ଘଟଣା ଏବେ କେରଳରୁ ଆସିଛି । ଆଉ ଏହି ଅଟୋ ଡ୍ରାଇଭରଙ୍କୁ କୋଟିପତି କରିଛି ଲଟେରୀ । ଜୟପାଲନ ପ୍ରାୟ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୨ କୋଟିର ଲଟେରୀ ଜିତିଥିବା ଜୟପାନଲ କୋଚିର ମରାଡୁରେ ରୁହନ୍ତୁ । ଓନାମ ପର୍ବ ବେଳେ ଗତ ସେପ୍ଟେମ୍ବର ୧୦ ତାରିଖରେ ଜୟପାଲନ ଏହି ଫ୍ୟାନ୍ସିଂ ଲଟେରୀ କିଣିଥିଲେ, ଆଉ ଯେତେବେଳେ ଏହି ଲଟେରୀର ବିଜେତା ଘୋଷଣା କରାଯାଇଥିଲା ସେତେବେଳେ ଜୟପାଲନଙ୍କ ଭାଗ୍ୟ ଚମକି ଥିଲା ।

ଜୟପାଲନ ୧୨ କୋଟି ଟଙ୍କାର ଲଟେରୀ ଜିତିଥିଲେ ମଧ୍ୟ ତାଙ୍କୁ ପୂରା ଟଙ୍କା ମିଳିବ ନାହିଁ । କାରଣ ୧୨ କୋଟି ଟଙ୍କାର ଟିକସ ବାବଦକୁ ପ୍ରାୟ ୫ କୋଟି ଟଙ୍କା କଟିଯିବ । ତେଣୁ ଜୟପାଲନଙ୍କୁ ପାଖାପାଖି ୭ କୋଟି ଟଙ୍କା ମିଳିବ । ଗତ ରବିବାର ଥିରୁବନନ୍ତପୁରମରେ ଲଟେରୀର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା । ଆଉ ଏଥିରେ ବାଜି ମାରି ନେଇଥିଲେ ଜୟପାଲନ ।