କନକ ବ୍ୟୁରୋ : ରାସ୍ତା ଉପରେ ଥାଳି ବଜାଇ ଭୁବନେଶ୍ୱର ଅନଲାଇନ୍ ଅଟୋ ଚାଳକଙ୍କ ପ୍ରତିବାଦ । ସ୍ମାର୍ଟ ସିଟିରେ ଓଲା, ଉବେର ଓ ଜୁଗୁନୁ ଆପରେ ଅଟୋ ଲଗାଇଥିବା ଅଟୋ ଚାଳକ ଭୁବନେଶ୍ୱର ପିଏମଜିରେ ଏଭଳି ପ୍ରତିବାଦ କରିଛନ୍ତି । କରୋନା ଯୋଗୁଁ ରୋଜଗାର ନଥିବାରୁ ଫାଇନାନ୍ସ କମ୍ପାନୀ ଇଏମଆଇ କୋହଳ କରିବା ପାଇଁ ଦାବି କରିଛନ୍ତି ଅଟୋ ଚାଳକ ।
ବର୍ତ୍ତମାନ ରୋଜଗାର ନାହିଁ, ଘର ଚଳିବା ପାଇଁ ବି ଟଙ୍କାଟିଏ ନାହିଁ । ପରିବାର ଚଳିବାରେ ବହୁ ଅସୁବିଧା ହେଉଛି । ତେଣୁ ଏଭଳି ସ୍ଥିତିରେ ସରକାର ଅଟୋ ଚାଳକଙ୍କ ସମସ୍ୟା ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଉଦେଶ୍ୟରେ ପ୍ରାୟ ୭ ହଜାର ଅଟୋ ଚାଳକ ରାସ୍ତା ଉପରେ ଅଟୋ ଥୋଇ ପ୍ରତିବାଦ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/20-22.jpg)