କରୋନା ସଂକଟ ସାଙ୍ଗକୁ ଲକଡାଉନ୍ କଟକଣା ଭିତରେ ପେଶି ହେଉଛନ୍ତି ପ୍ରବାସୀ ଶ୍ରମିକ । ଆଉ ଏମାନଙ୍କ ସହାୟତା ସକାଶେ ସରକାର ଏବଂ ବିଭିନ୍ନ ସମାଜସେବୀ ସଂଗଠନ ଆଗକୁ ଆସୁଛନ୍ତି । ତେବେ ମହାରାଷ୍ଟ୍ରର ଜଣେ ଅଟୋ ଡ୍ରାଇଭର୍ ଶ୍ରମିକଙ୍କୁ ସହାୟତାର ହାତ ବଢାଇ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ସେ ମୁମ୍ବାଇର ପ୍ରବାସୀ ଶ୍ରମିକଙ୍କ ପାଖରେ ଖାଦ୍ୟ ପହଁଚାଇବାର ପୂଣ୍ୟ କାମ କରୁଛନ୍ତି । ପୁଣେରେ ରହୁଥିବା ୩୦ ବର୍ଷୀୟ ଅକ୍ଷୟ କୋଠବୋଲେ ପେସାରେ ଜଣେ ଅଟୋ ଡ୍ରାଇଭର୍ । ନିଜ ବିବାହ ପାଇଁ ସଞ୍ଚିଥିବା ଟଙ୍କାଙ୍କୁ ସେ ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ ଅକ୍ଷୟଙ୍କ ପାଖକୁ ଆର୍ଥିକ ସାହାଯ୍ୟ ଛୁଟିଆସୁଛି । ହେଲେ ସାହାଯ୍ୟରେ ମିଳୁଥିବା ଟଙ୍କାକୁ ବି ସେ ଅସହାୟଙ୍କ ସହାୟତା ସକାଶେ ଲଗାଉଛନ୍ତି । ବିବାହ ପାଇଁ ସେ ୨ ଲକ୍ଷ ଟଙ୍କା ବଂଚାଇଥିଲେ କିନ୍ତୁ ୨୫ ମେ’ରେ ହେବାକୁ ଥିବା ବିବାହ କରୋନା କଟକଣା ପାଇଁ ସ୍ଥଗିତ ରହିଯାଇଥିଲା । ଏହାପରେ ସେ ସଂଚିତ ଟଙ୍କାକୁ ଅସହାୟଙ୍କ ସାହାଯ୍ୟରେ ଖର୍ଚ୍ଚ କରିଥିଲେ ।
କିଛି ବନ୍ଧୁଙ୍କ ସହାୟତା ଏବଂ ସଂଚିତ ଧନରେ ସେ ବ୍ୟଞ୍ଜନ ପ୍ରସ୍ତୁତ କରି ଗରିବ ଲୋକଙ୍କୁ ବାଣ୍ଟିଥିଲେ । ଗତମାସରେ ତାଙ୍କ ପିତୃବିୟୋଗ ହୋଇଯାଇଥିଲେ ମଧ୍ୟ ଶ୍ରମିକଙ୍କ ଦୁଃଖ ଆଗରେ ତାଙ୍କୁ ଆଉ ସବୁକିଛି ତୁଚ୍ଛ ଭଳି ଲାଗିଥିଲା । ସାରା ଦେଶରୁ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବା ପରେ ଏବେ ସେ ଏହି ଟଙ୍କାକୁ ଗରିବ ଶ୍ରମିକଙ୍କ ସହାୟତାରେ ଲଗାଉଛନ୍ତି । ପ୍ରଥମେ ସେ ଏବଂ ତାଙ୍କ ବନ୍ଧୁ ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟୁଥିଲେ ଏବେ ଖାଦ୍ୟସାମଗ୍ରୀ ବାଣ୍ଟୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/auto-driver_1200_pti.jpg)
/kanak/media/post_attachments/wp-content/uploads/2020/06/ds-300x170.jpg)