କନକ ବ୍ୟୁରୋ : ଏବେ ବି ସମାଜରେ ଅଛନ୍ତି ଏମିତି ଲୋକ । ଯିଏ ୭ ଲକ୍ଷ ଟଙ୍କାର ସୁନା ଗହଣା ପାଇବା ପରେ ବି ଖୋଜି ଖୋଜି ଫେରାଇ ଦିଅନ୍ତି । ଚର୍ଚ୍ଚାରେ ସମ୍ବଲପୁରରର ଏମିତି ଜଣେ ଅଟୋ ଚାଳକ । ଲକ୍ଷ ଲକ୍ଷ ଟଙ୍କା ଗହଣା ଥିବା ଜଣେ ମହିଳାଙ୍କ ପର୍ସ ଫେରାଇ ଦେଇଛନ୍ତି ସମ୍ବଲପୁର କ୍ଷେତରାଜପୁୁରରେ ଅଟୋ ଚଳାଉଥିବା ମହମ୍ମଦ ଅଜିମ୍ ।
ଯଦି ଆପଣ ସଚ୍ଚୋଟ ମଣିଷର ଚେହେରା ଦେଖିବାକୁ କେମିତି, ଜାଣିବାକୁ ଚାହୁଁଛନ୍ତି, ତାହେଲେ ଦେଖି ନିଅନ୍ତୁ । ସଚ୍ଚୋଟ ମଣିଷର ଚେହେରା ହୁଏତ ଠିକ୍ ଏମିତି । ଇଏ ହେଉଛନ୍ତି ସମ୍ବଲପୁରର ଅଟୋ ମହମ୍ମଦ ଅଜିମ । ଅଜିମ୍ ସମ୍ବଲପୁର ସହରର କ୍ଷେତରାଜପୁର ଷ୍ଟେସନ୍ ନିକଟରେ ଅଟୋ ଚଳାନ୍ତି । ଗତ ରବିବାର ଏମିତି ଏକ ଘଟଣା ଘଟିଥିଲା, ଯେଉଁ ଘଟଣାରେ ତାଙ୍କ ସଚ୍ଚୋଟ ପଣ ସାମ୍ନାକୁ ଆସିଥିଲା ।
୭ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ସହ ପାନ୍ କାର୍ଡ ଓ ଅଧାରା କାର୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ ବି ଥିଲା । ହେଲେ ପର ସାମଗ୍ରୀରେ ଲୋଭ ନକରି ସବୁକୁ ଖୁସିରେ ଖୁସିରେ ଫେରାଇ ଦେଇଛନ୍ତି ମହମ୍ମଦ ଅଜିମ ।
Follow Us