ଅଟୋ ଚାଳକଙ୍କୁ ସଲାମ । ୭ ଲକ୍ଷ ଟଙ୍କା ପାଇଥିଲେ, ଖୋଜି ଖୋଜି ମହିଳାଙ୍କୁ ପର୍ସ ଫେରାଇଲେ । ସୁନ୍ଦରଗଡର ଅଟୋ ଚାଳକଙ୍କୁ ନେଇ ସବୁଠି ଚର୍ଚ୍ଚା ।

341

କନକ ବ୍ୟୁରୋ : ଏବେ ବି ସମାଜରେ ଅଛନ୍ତି ଏମିତି ଲୋକ । ଯିଏ ୭ ଲକ୍ଷ ଟଙ୍କାର ସୁନା ଗହଣା ପାଇବା ପରେ ବି ଖୋଜି ଖୋଜି ଫେରାଇ ଦିଅନ୍ତି । ଚର୍ଚ୍ଚାରେ ସମ୍ବଲପୁରରର ଏମିତି ଜଣେ ଅଟୋ ଚାଳକ । ଲକ୍ଷ ଲକ୍ଷ ଟଙ୍କା ଗହଣା ଥିବା ଜଣେ ମହିଳାଙ୍କ ପର୍ସ ଫେରାଇ ଦେଇଛନ୍ତି ସମ୍ବଲପୁର କ୍ଷେତରାଜପୁୁରରେ ଅଟୋ ଚଳାଉଥିବା ମହମ୍ମଦ ଅଜିମ୍ ।

ଯଦି ଆପଣ ସଚ୍ଚୋଟ ମଣିଷର ଚେହେରା ଦେଖିବାକୁ କେମିତି, ଜାଣିବାକୁ ଚାହୁଁଛନ୍ତି, ତାହେଲେ ଦେଖି ନିଅନ୍ତୁ । ସଚ୍ଚୋଟ ମଣିଷର ଚେହେରା ହୁଏତ ଠିକ୍ ଏମିତି । ଇଏ ହେଉଛନ୍ତି ସମ୍ବଲପୁରର ଅଟୋ ମହମ୍ମଦ ଅଜିମ । ଅଜିମ୍ ସମ୍ବଲପୁର ସହରର କ୍ଷେତରାଜପୁର ଷ୍ଟେସନ୍ ନିକଟରେ ଅଟୋ ଚଳାନ୍ତି । ଗତ ରବିବାର ଏମିତି ଏକ ଘଟଣା ଘଟିଥିଲା, ଯେଉଁ ଘଟଣାରେ ତାଙ୍କ ସଚ୍ଚୋଟ ପଣ ସାମ୍ନାକୁ ଆସିଥିଲା ।

ରବିବାର ଦିନ ସନ୍ଧ୍ୟାରେ ନାଗାବଳୀ ଏକ୍ସପ୍ରେସରୁ ଓହ୍ଲାଇଥିଲେ ଅଜିମଙ୍କ ଅଟୋ ଭଡ଼ା କରିଥିଲେ ଟିଟିଲାଗଡ଼ର ଦମ୍ପତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା । ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡାକୁ ଯାଇଥିଲେ । ଅଟୋ ଡ୍ରାଇଭର ନିଜ ଘରକୁ ଫେରିବା ବେଳେ ଦେଖିଥିଲେ ଉକ୍ତ ଦମ୍ପତି ତାଙ୍କ ବ୍ୟାଗ ଛାଡ଼ି ଯାଇଛନ୍ତି । ସେହି ବ୍ୟାଗରେ ଥିଲା ଦୁଇଟି ହାର, ଚେନ୍, ମଙ୍ଗଳ ସୂତ୍ର, ୩ଟି ମୁଦ. ସୁନା ଚୁଡ଼ି । ପ୍ରାୟ ୭ଲକ୍ଷ ଟଙ୍କାର ସମ୍ପତି

୭ ଲକ୍ଷ ଟଙ୍କାର ଗହଣା ଓ ଟଙ୍କା ସହ ପାନ୍ କାର୍ଡ ଓ ଅଧାରା କାର୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ ବି ଥିଲା । ହେଲେ ପର ସାମଗ୍ରୀରେ ଲୋଭ ନକରି ସବୁକୁ ଖୁସିରେ ଖୁସିରେ ଫେରାଇ ଦେଇଛନ୍ତି ମହମ୍ମଦ ଅଜିମ ।