କନକ ବ୍ୟୁରୋ : କରୋନା ପରୀକ୍ଷାର୍ଥୀଙ୍କୁ ଜେଇଇ ମେନ୍ ପରୀକ୍ଷା ମନା । ବ୍ରହ୍ମପୁରରେ ପିପିଇ କିଟ୍ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଫେରାଇ ଦେଲେ ପରୀକ୍ଷା କେନ୍ଦ୍ରର କର୍ତୁପକ୍ଷ । ସୂଚନା ଅନୁସାରେ ପରୀକ୍ଷାର୍ଥୀ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଜି ପରୀକ୍ଷା ଦେବାକୁ ଆସିଥିଲେ । କିନ୍ତୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛୁ ଏହି ଛାତ୍ର ଜଣଙ୍କ କେମିତି ପରୀକ୍ଷା ଦେବେ? ନା କରୋନା ଯୋଗୁଁ ଚଳିତ ବର୍ଷର ପରୀକ୍ଷାରୁ ବଂଚିତ ହେବେ । ଆଜି ଜେଇଇ ମେନର ଦ୍ୱିତୀୟ ଦିନର ପରୀକ୍ଷା ହୋଇଛି ।

Advertisment