ନିଜ ପିଲାଙ୍କୁ ବର୍ଡରୁ ପଠାଇ ଇମ୍ରାନଙ୍କୁ ‘ବଡ ଭାଇ’ କୁହନ୍ତୁ ସିଦ୍ଧୁ । କଂଗ୍ରେସ ନେତା ସିଦ୍ଧୁଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଗୌତମ ଗମ୍ଭୀର

535

କନକ ବ୍ୟୁରୋ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଗୋଟିଏ ବୟାନକୁ ନେଇ ଏବେ ଦେଶର ରାଜନୀତିରେ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି । କୃଷି ଆଇନ୍ ପ୍ରତ୍ୟାହାର ନେଇ ବ୍ୟାକଫୁଟରେ ଥିବା ବିଜେପିକୁ କଂଗ୍ରେସ ନେତାଙ୍କ ଏହି ବୟାନ ଖୋରାକ ଯୋଗାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ବଡ ଭାଇ’ କହିବା ପରେ ଚିହିଁକି ଉଠିଚି ବିଜେପି । ଏନେଇ ସିଦ୍ଧୁଙ୍କୁ ଟାର୍ଗେଟ୍ କରି ବିଜେପି ସାଂସଦ ଗୌତମ୍ ଗମ୍ଭୀର କହିଛନ୍ତି, ସିଦ୍ଧୁ ଇମ୍ରାନ୍ ଖାନଙ୍କୁ ତାଙ୍କର ବଡ ଭାଇ କହିବା ଅତ୍ୟନ୍ତ ଲଜ୍ୟା ଜନକ । ଦୀର୍ଘ ୭୦ ବର୍ଷ ହେବ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ସହ ଲଢିଆସୁଛି ଭାରତ । ଆଉ ଏଭଳି ସ୍ଥାନରେ ଆତଙ୍କବାଦ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସିଦ୍ଧୁ ବଡ ଭାଇ କହିବା ଅତ୍ୟନ୍ତ ନିନ୍ଦାଜନକ ।
ଗୌତମ ଗମ୍ଭୀର ଟ୍ୱିଟ୍ କରି ଲେଖିଛନ୍ତି, ସିଦ୍ଧୁ ପ୍ରଥମେ ତାଙ୍କର ପୁଅ କି ଝିଅଙ୍କୁ ବର୍ଡରକୁ ପଠାନ୍ତୁ ଆଉ ତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଜର ବଡ ଭାଇ ବୋଲି କୁହନ୍ତୁ । ସୀମାରେ ଆମ ଭାରତୀୟ ଯାବାନ ଆତଙ୍କବାଦୀ ସହ ଲଢି ସହିଦ ହେଉଛନ୍ତି । ପୁଲୱାମା ଆକାକରେ ଆମର ୪୦ ଯବାନ ସହିଦ୍ ହୋଇଗଲେ । କେବେ ସେନାନଙ୍କ ପରିବାରର ଦୁଃଖ ସିଦ୍ଧୁ ଦେଖିଛନ୍ତି । ନିଜର ପୁଅ-ଝିଅକୁ ବିଦେଶରେ ପାଠ ପଢାଇବା ପାଇଁ ପଠାଇ ନିଜେ ଏସିରେ ବସି ଏପରି ବୟାନ ଦେବା ଅତ୍ୟନ୍ତ ଘୃଣ୍ୟ ଏବଂ ଲଜ୍ୟା ଜନକ ବୋଲି କହି ସିଦ୍ଧୁଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର ।