ଅଷ୍ଟ୍ରେଲିଆରେ ବିଶାଳ ମିଳିତ ସମରାଭ୍ୟାସ ଆରମ୍ଭ: ଭାରତ ସମେତ ୧୭ ଦେଶ ସେନା ସାମିଲ

144

କନକ ବ୍ୟୁରୋ: ଚୀନ-ତାଇୱାନ ବିବାଦ ଭିତରେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି ବିଶାଳ ମିଳିତ ଯୁଦ୍ଧାଭ୍ୟାସ । ଏହି ସମରାଭ୍ୟାସରେ ଭାରତ ସମେତ ୧୭ ଦେଶ ସାମିଲ ହୋଇଛନ୍ତି । ୧୭ ଦେଶର ୧୦୦ଟି ଯୁଦ୍ଧ ବିମାନ ଉଚ୍ଚ ଆକାଶରେ ନିଜର ପରାକ୍ରମ ଦେଖାଉଛନ୍ତି । ଏହି ମିଲିଟାରୀ ଡ୍ରିଲ ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ସେପ୍ଟେର ୬ ପର୍ଯ୍ୟନ୍ତ ଚାଲିବ । ୧୭ଦେଶରେ ଅଢେଇ ହଜାର ଯବାନ ଏଥିରେ ସାମିଲ ହୋଇଛନ୍ତି ।ଗୋଟେପଟେ ଯୁଦ୍ଧାଭ୍ୟାସ ଚାଲିଛି ଅନ୍ୟପଟେ ଚୀନ ଓ ପାକିସ୍ତାନରେ ହଲଚଲ ସୃଷ୍ଟି ହୋଇଛି ।