ଭାଗ୍ୟ ଏକ ଏମିତି ଜିନିଷ କେତେବେଳେ ବି ବଦଳିଯିବ । ଆଜି ଯିଏ ରାଜା ଅଛି କାଲି ସିଏ ଦରିଦ୍ର ବନିଯିବ ଓ ଆଜି ଯିଏ ଦରିଦ୍ର କାଲି ସିଏ ରାଜା ବନିଯିବ । କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସମୟର ଉଠାଣି ଗଡ଼ାଣି ପ୍ରତ୍ୟେକ ମଣିଷଙ୍କ ଜୀବନରେ ଚାଲିଛି। ଏମିତିରେ ମନୁଷ୍ୟକୁ ଧରି କାମ କରିବାକୁ ପଡ଼ିବ। ଶେଷରେ ସଫଳତା ନିଶ୍ଚୟ ମିଳିବ।

Advertisment

ଅଷ୍ଟ୍ରେଲିଆର ସିଡନିରେ ବସବାସ କରୁଥିବା ଜଣେ ଯୁବକର ପିତା ଜୀବନର ଶେଷ ସମୟରେ ପୁଅ ସାମ୍ନାରେ ଶେଷ ଇଚ୍ଛା ରଖିଥିଲେ। ପିତାଙ୍କ ଏହି ଇଚ୍ଛା ପୁଅକୁ ରାତାରାତି କୋଟିପତି ବନାଇ ଦେଇଛି। ଏହି ଶେଷ ଇଚ୍ଛା ଏକ ଖାସ୍ ନମ୍ବରର ଲଟେରୀ ଟିକେଟ କିଣିବାର ଥିଲା। ସେହି ବ୍ୟକ୍ତିଙ୍କ ପିତା ୨୦ ବର୍ଷରୁ ୭ ନମ୍ବରର ଲଟେରୀ ଟିକେଟ କିଣୁଥିଲେ, ହେଲେ ତାଙ୍କର କେବେ ବି ଲଟେରୀ ଲାଗି ନଥିଲା । କିନ୍ତୁ ତାଙ୍କୁ ଏହି ନମ୍ବର ଉପରେ ଆରମ୍ଭରୁ ଭରସା ଥିଲା । ମୃତ୍ୟୁର ଶେଷ ମୁହୂର୍ତ୍ତରେ ସେ ତାଙ୍କ ପୁଅକୁ ଏହି ନମ୍ବରର ଲଟେରୀ କିଣିବାକୁ କହିଥିଲେ । ପୁଅ ବି ପିତାଙ୍କ ଇଚ୍ଛା ଅନୁଯାୟୀ ସେହି ନମ୍ବର ଲଟେରୀ କିଣି ଜ୍ୟାକପଟ୍ ଜିତି ଯାଇଥିଲେ। ଏହି ଲଟେରୀରୁ ୮ମିଲିୟନ୍ ଡଲାର ଅର୍ଥାତ୍ ୫୦କୋଟି ଟଙ୍କା ସେ ଜିତିଛନ୍ତି। ପୁଅ ତାଙ୍କର ଏହି ବିଜୟର ଶ୍ରେୟ ତାଙ୍କ ପିତାଙ୍କୁ ଦେଇଛନ୍ତି ।