ଆଉ ନାହାନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । କାର ଦୁର୍ଘଟଣାରେ ଆଖିବୁଜିଲେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର । କ୍ରିକେଟ ଜଗତରେ ଶୋକର ଛାୟା...

Advertisment
ଆଉ ନାହାନ୍ତି ଆଣ୍ଡ୍ର୍ୟୁ ସାଇମଣ୍ଡସ । କାର ଦୁର୍ଘଟଣାରେ ଆଖିବୁଜିଲେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର । କ୍ରିକେଟ ଜଗତରେ ଶୋକର ଛାୟା...

କନକ ବ୍ୟୁରୋ: କ୍ରିକେଟ୍ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଆଉ ନାହାନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଣ୍ଡ୍ର୍ୟୁ ସାଇମଣ୍ଡସ । ଏକ ସଡ଼କ ଦୁର୍ଘଟଣାରେ ସାଇମଣ୍ଡସଙ୍କର ଦେହାନ୍ତ ହୋଇଛି । ସାଇମଣ୍ଡସଙ୍କ କାର କୁଇନ୍ସଲାଣ୍ଡର ଟାଉନ୍ସଭିଲେ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି ।

ତେବେ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସାଇମଣ୍ଡସଙ୍କ କାର ଓଲଟି ପଡ଼ିଥିଲା । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ, କିନ୍ତୁ ଗଭୀର ଆଭ୍ୟନ୍ତରୀଣ ଆଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ସାଇମଣ୍ଡସଙ୍କ ମୃତ୍ୟୁ ଅଷ୍ଟ୍ରେଲିଆ ସମେତ ପୂରା କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି ।

ଚଳିତ ବର୍ଷ କ୍ରିକେଟ୍ ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ଲେଗ୍ ସ୍ପିନର ସେନ୍ ୱାର୍ଣ୍ଣ ଓ ରଡନୀ ମାର୍ଶଙ୍କୁ ହରାଇଥିଲା । ଗତ ମାର୍ଚ୍ଚ ୪ ତାରିଖରେ ୱାର୍ଣ୍ଣଙ୍କର ହୃଦଘାତରେ ପରଲୋକ ହୋଇଥିଲା । ସାଇମଣ୍ଡସ୍ ଅଷ୍ଟ୍ରେଲିଆ ପକ୍ଷରୁ ଦୁଇଥର ବିଶ୍ୱକପ୍ ଖେଳିଛନ୍ତି ଏବଂ ଦୁଇଥର ଯାକ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା । ସେ ୨୦୦୯ରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ଜାତୀୟ ଦଳ ପକ୍ଷରୁ ସାଇମଣ୍ଡସ୍ ୨୬ ଟେଷ୍ଟ, ୧୯୮ ଦିନିକିଆ ଏବଂ ୧୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe