ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ କରିବ ଭାରତ ।

Advertisment
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ କରିବ ଭାରତ ।

କନକ ବ୍ୟୁରୋ : ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ତେବେ ପ୍ରଥମେ ବୋଲିଂ କରିବ ବିରାଟ ବାହିନୀ ।

ନୂଆ ଜର୍ସି ଏବଂ ମହାମାରୀ ଭିତରେ, ନୂଆ ମାହୋଲ ସହ ଆଜି ଠାରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ୍ ।  ସିଡନି କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଅନୁଯାୟୀ, ସକାଳ ୯ଟା ୧୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ । ତେବେ ମ୍ୟାଚର ସିଧା ପ୍ରସାରଣ ଆପଣ ସୋନିର ସ୍ପୋର୍ଟସ ଚ୍ୟାନେଲ୍ ସୋନି ସିକ୍ସ, ସୋନି ଟେନ୍୧, ସୋନି ଟେନ୍୩ରେ ଦେଖିପାରିବେ ।

କଙ୍ଗାରୁ ଟିମକୁ ମାତ୍ ଦେବା ପାଇଁ ବିରାଟ ବାହିନୀର ଯୁବ ବ୍ରିଗେଡ୍ ପ୍ରସ୍ତୁତ ଥିବା ବେଳେ ହିଟମ୍ୟାନ୍ ରୋହିତ ଶର୍ମା କିନ୍ତୁ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ଯାହାର ପ୍ରଭାବ ହୁଏତ ଦଳର ବ୍ୟାଟିଂ ଅର୍ଡରରେ ପରିଲକ୍ଷିତ ହୋଇପାରେ ।

୧୯୮୦-୨୦୨୦ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୪୦ଟି ଦିନିକିଆ ଖେଳାଯାଇଛି । ଆଉ ଏଥିରୁ ଅଷ୍ଟ୍ରେଲିଆ ୭୮ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଭାରତ ୫୨ଟି ମ୍ୟାଚ ଜିତିଛି, ସେହିପରି ୧୦ଟି ମ୍ୟାଚ୍ ଡ୍ର ହୋଇଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମାଟିରେ ଉଭୟ ଦେଶ ମୋଟ୍ ୫୧ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି, ଆଉ ସେଥିରୁ ଅଷ୍ଟ୍ରେଲିଆ ୩୬ଟି ମ୍ୟାଚରେ ବାଜିମାତ୍ କରିଥିବା ବେଳେ ଭାରତ ମାତ୍ର ୧୩ଟି ମ୍ୟାଚରେ ବିଜୟୀ ହୋଇପାରିଛି ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ (ୱିକେଟ୍ ରକ୍ଷକ), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା, ନଭଦୀପ ସଇନି, ସାର୍ଦ୍ଦୁଲ ଠାକୁର, ମୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ୍, କୁଲଦୀପ ଯାଦବ, ଶୁଭମାନ ଗିଲ ।
ଅଷ୍ଟ୍ରେଲିଆ ଦଳ : ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାର୍ନସ ଲାବୁସାଗ୍ନେ, ମାର୍କସ ଷ୍ଟଏନିସ, ଆଲେକ୍ସ କ୍ୟାରି (ୱିକେଟ୍ ରକ୍ଷକ), ପାଟ୍ କ୍ୟୁମିନ୍ସ, ମିଚେଲ୍ ଷ୍ଟାର୍କ, ଆଦାମ୍ ଜାମ୍ପା, ଜୋସ୍ ହେଜେଲଉଡ୍, ଆସଟୋନ ଆଗର, ମୋଏସେସ ହେନରିସ୍କ, ମାଥ୍ୟୁ ୱାଡେ, ସିନ୍ ଆବଟ୍, ଆଣ୍ଡ୍ରୁ ଟାଏ, କ୍ୟାମେରନ୍ ଗ୍ରୀନ୍, ଡାନିଏଲ୍ ସାମ୍ସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe