ଟି-୨୦ ବିଶ୍ୱକପ ଫାଇନାଲ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

50

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି  ଅଷ୍ଟ୍ରେଲିଆ  ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ଟାଇଟଲ ହାତେଇବାକୁ ଉଭୟ ଦଳ ଜୋରଦାର ପ୍ରୟାସ କରିବେ । ତେଣୁ ଆଜି ଛକା ଚୌକାର ବର୍ଷା ଦେଖିବାକୁ ମିଳିବ ।

ସୁପର-୧୨ ପର୍ଯ୍ୟାୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଂଟ ଲେଖାଏଁ ପାଇ ସେମିଫାଇନାଲକୁ ଯାଇଥିଲେ । ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ସେମିଫାଇନାଲରେ ଉଭୟ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ପ୍ରଥମ ଥର ଟି-୨୦ ବିଶ୍ୱକପ୍ରେ ଫାଇନାଲ ଖେଳିବାକୁ ଯାଉଛି ନ୍ୟୁଜିଲାଣ୍ଡ । ତେଣୁ ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ କିୱି ଦଳ । ସେହିପରି ପାକିସ୍ତାନ ବିପକ୍ଷରେ ସେମିଫାଇନାଲରେ ଜବରଦସ୍ତ ବିଜୟ ପରେ କଙ୍ଗାରୁ ଦଳର ମନୋବଳ ବେଶ୍ ଦୃଢ ରହିଛି । ତେଣୁ ଆଜି ଫାଇନାଲ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ଏବେ ନଜର ପକାନ୍ତୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ରେକର୍ଡ ଉପରେ ।
-ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ
-ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଜିତିନାହିଁ ଅଷ୍ଟ୍ରେଲିଆ
-ଟି-୨୦ରେ ୧୪ ଥର ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ
-ଅଷ୍ଟ୍ରେଲିଆ ୯ ଓ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ରେ ବିଜୟୀ
-ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୬୪.୨୮ ପ୍ରତିଶତ
-ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପ୍ରତିଶତ ୩୫,୭୧ ପ୍ରତିଶତ
-ଦିନିକିଆରେ ଦୁଇ ଦଳ ମଧ୍ୟରେ ୧୩୭ ଥର ମୁକାବିଲା ହୋଇଛି
-ଅଷ୍ଟ୍ରେଲିଆ ୯୧ ଓ ନ୍ୟୁଜିଲାଣ୍ଡ ୩୯ ଥର ଜିତିଛି
-ଟେଷ୍ଟ କ୍ରିକେଟ୍ରେ ଦୁଇ ଟିମ୍ ମଧ୍ୟରେ ୬୦ ଥର ମୁକାବିଲା ହୋଇଛି
-୫ ଥର ଦିନିକିଆ ବିଶ୍ୱକପ୍, ୨ ଥର ଚାମ୍ପିଅନ୍ସ ଟ୍ରଫି ଜିତିଛି ଅଷ୍ଟ୍ରେଲିଆ
-ଟେଷ୍ଟ ଓ ଦିନିକଆ ର୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ
-ଆଜି ଫାଇନାଲ ଜିତିଲେ ଟି-୨୦ରେ ବି ପ୍ରଥମ ସ୍ଥାନରେ ରହିବ ନ୍ୟୁଜିଲାଣ୍ଡ