ମ୍ୟାକ୍ସୱେଲ ମ୍ୟାଜିକ୍: ଧୂଆଁଧାର ଦ୍ୱିଶତକ ବଳରେ ଆଫଗାନିସ୍ତାନଠାରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ, ୩ ୱିକେଟରେ ଜିତିଲା ମ୍ୟାଚ
କନକ ବ୍ୟୁରୋ: ଅଦ୍ଭୁତ, ଅବିଶ୍ୱସନୀୟ, ଅଦ୍ୱିତୀୟ । ଅଷ୍ଟ୍ରେଲୀୟ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ମ୍ୟାଜିକ । ହାରି ଯାଉଥିବା ମ୍ୟାଚ୍କୁ କିପରି ଜିତାଯାଏ, ତାହା କରି ଦେଖାଇଛନ୍ତି ମ୍ୟାକ୍ସୱେଲ । ଚଳିତ ବିଶ୍ୱକପ୍ରେ ମ୍ୟାକ୍ସୱେଲଙ୍କ ବ୍ୟାଟ୍ରୁ ବାହାରିଛି ପ୍ରଥମ ଦ୍ୱିଶତକ । ମାତ୍ର ୧୨୮ ବଲର୍ ସାମ୍ନା କରି ଖେଳିଛନ୍ତି ୨୦୧ ରନ୍ର ଅପରାଜିତ ଇନିଂସ୍ । ଏହି ଇନିଂସ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ୍ରେ ଆଫଗାନିସ୍ତାନକୁ ହରାଇଛି । ଏହି ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି କଙ୍ଗାରୁ ଟିମ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
ଶେଷ ତିନୋଟି ମ୍ୟାଚରେ ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଭଳି ବଡ଼ ବଡ଼ ଦଳକୁ ହରାଇବା ପରେ କଙ୍ଗାରୁ ଶିକାର ଲକ୍ଷ୍ୟରେ ଥିଲା ଆଫଗାନିସ୍ତାନ । ମୁମ୍ବାଇର ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୨୯୧ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିବା ଦଳ । ଦଳ ପକ୍ଷରୁ ଇବ୍ରାହିମ୍ ଜାଦରାନ ସର୍ବାଧିକ ୧୨୯ ରନ୍ କରିଥିଲେ । ୨୯୨ ରନ୍ର ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
– ଦଳ ୯୧ ରନ୍ ଭିତରେ ୭ ୱିକେଟ୍ ହରାଇଥିଲା
– ନିଶ୍ଚିତ ପରାଜୟ ଦ୍ୱାରରେ ଥିଲା ଅଷ୍ଟ୍ରେଲିଆ
– କ୍ରିଜ୍ରେ ଥିଲେ ମ୍ୟାକ୍ସୱେଲ ଓ ଅଧିନାୟକ ପ୍ୟାଟ୍ କମିନ୍ସ
– ଅସମ୍ଭବକୁ ସମ୍ଭବ କରିବାକୁ ଦୃଢତାର ସହ ଛିଡା ହୋଇଥିଲେ ମାକ୍ସୱେଲ
– ଆହତ ସତ୍ୱେ ମ୍ୟାକ୍ସୱେଲ ୱାନ୍ ମ୍ୟାନ୍ ଆର୍ମି ଭାବେ ଲଢିଥିଲେ
– ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ମାରି ଚାଲିଥିଲେ ଛକ୍କା ଓ ଚୌକା
– ୫୧ ବଲରେ ଅର୍ଦ୍ଧଶତକ, ୭୬ ବଲରେ ଶତକ, ୧୨୮ ବଲରେ କଲେ ଦ୍ୱିଶତକ
– ୨୦୧ର ଧୂଆଁଧାର ଇନିଂସ ଖେଳିଥିଲେ ମାକ୍ସୱେଲ
– ଯେଉଁଥିରେ ଥିଲା ୨୧ଟି ଚୌକା ଓ ୧୦ଟି ଛକ୍କା
– ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ପାଇଁ କରିଥିଲେ ପ୍ରଥମ ଦ୍ୱିଶତକ
– ୧୯ଟି ବଲ୍ ବାକି ଥାଇ ବିଜୟ ସ୍ୱାଦ ଚାଖିଲା ଅଷ୍ଟ୍ରେଲିଆ
– କମିନ୍ସ ଓ ମ୍ୟାକ୍ସୱେଲ୍ଙ୍କ ୨୦୨ ରନର ଭାଗିଦାରୀ ଏକ ବିଶ୍ୱରେକର୍ଡ
– କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏହା ତୃତୀୟ ଦ୍ୱିଶତକ
– ୨୦୧୫ ଦିନିକିଆ ବିଶ୍ୱକପରେ ଦ୍ୱିଶତକ କରିଥିଲେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ
– ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ମଧ୍ୟ ବିଶ୍ୱକପ୍ରେ ଦ୍ୱିଶତକ ମାରିଥିଲେ