କନକ ବ୍ୟୁରୋ: ମୁମ୍ବାଇରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ବିରାଟ ବାହିନୀକୁ ବଡ଼ ପରାଜୟ ଦେଲା ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ । ୫୦ ଓଭରରେ ଭାରତ ଛିଡ଼ା କରିଥିବା ୨୫୫ ରନ୍ ର ବିଜୟ ଲକ୍ଷକୁ ୩୭.୪ ଓଭରରେ ବିନା ୱିକେଟ ହରାଇ ହାସଲ କରି ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ପରାସ୍ତ କରିଛି କଙ୍ଗାରୁ ଟିମ୍ ।
That's that from the Wankhede.
Absolute domination by the Australian openers as Australia win the 1st ODI by 10 wickets and go 1-0 up in the three-match series.
Scorecard - https://t.co/yur0YuDrGa#INDvAUSpic.twitter.com/VF05mP0kg7
— BCCI (@BCCI) January 14, 2020
ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍ ଡାଭିଡ୍ ୱାର୍ନନର ଓ କ୍ୟାପଟେନ୍ ଅରୋନ୍ ଫିଞ୍ଚଙ୍କ ଅପରାଜିତ ଯୋଡ଼ି ଦଳକୁ ୧୦ ୱିକେଟରେ ଏକ ବଡ଼ ବିଜୟ ଦେଇଛି । ଏପରିକି ଘରୋଇ ଦଳ ବିରାଟ ବାହିନୀକୁ ଦିନିକିଆ ଶୃଙ୍ଖଳାର ପ୍ରଥମରୁ ହିଁ ମନୋବଳ ଦୁର୍ବଳ କରିବାକୁ କଙ୍ଗାରୁ ଦଳ ଝଟକା ଦେଇଛି । ତେବେ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ୪୯.୧ ଓଭରରେ ୨୫୫ ରନ୍ କରି ଭାରତ ଅଲଆଉଟ୍ ହୋଇଯାଇଥିଲା । ଦଳର ଓପନର ଶିଖର ଧାଓ୍ଵନ୍ ବିସ୍ଫୋରକ ବ୍ୟାଟିଂ କରି ସର୍ବାଧିକ ୭୪ ରନ୍ କରିଥିଲା ବେଳେ ଲୋକେଶ ରାହୁଲ ୪୭ ରନ୍ କରିଥିଲେ ।
ଅପରପକ୍ଷେ ଅଷ୍ଟ୍ରେଲିଆର ସମସ୍ତ ବୋଲର ଆଜି ଭଲ ପ୍ରଦର୍ଶନ କରିଥିଲେ। ଯାହା ଫଳରେ ଭାରତ ଏକ ମଜବୁତ୍ ସ୍କୋର କରିବାକୁ ସକ୍ଷମ ହୋଇପାରିନ ଥିଲା। ମିଚେଲ ଷ୍ଟାର୍କସ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ୟାଟ୍ କମିନ୍ସ ଓ କେନ୍ ରିଚାର୍ଡସନ୍ ୨-୨ଟି ଓ୍ଵିକେଟ୍ ନେଇଥିଲେ। ଆଦାମ ଜାମ୍ପା ଓ ଆଷ୍ଟନ ଆଗରଙ୍କ ଖାତାକୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ଯାଇଥିଲା ।