ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟ । ଦିନିକିଆ ସିରିଜ ହାରିଲା ଭାରତ

295

କନକ ବ୍ୟୁରୋ : ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତ ପରାଜୟ ଲାଭ କରିଛି । ଭାରତ ଏହି ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୫୧ରେ ପରାସ୍ତ ହୋଇଛି । ଫଳରେ ଏହି ପରାଜୟ ସହ ଭାରତ ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ପରାଜୟ ହୋଇଛି । ଏବେ ଅଷ୍ଟ୍ରେଲିଆ ଏହି ସିରିଜରେ ୨-୦ରେ ଆଗୁଆ ରହିଛି । ଶେଷ ଦିନିକିଆ ଡିସେମ୍ବର ୨ରେ ଖେଳାଯିବ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ୧୦୪, ୱାର୍ଣ୍ଣର ୮୩, ଫିଞ୍ଚ୬୦ ଓ ମାକ୍ସୱେଲ ୬୩ ରବ କରିଥିଲେ । ଫଳରେ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୮୯ ରନ କରିଥିଲା ।

୩୯୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସଫଳ ବ୍ୟାଟିଂ କତରିପାରିନଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ୮୯, କେଏଲ ରାହୁଲ ୭୬ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୩୩୮ ରନ କରିଥିଲା ।