ଶେଷ ଟି-୨୦ ଜିତି ସମ୍ମାନ ରଖିଲା ଅଷ୍ଟ୍ରେଲିଆ । ୨-୧ରେ ସିରିଜ ହାତେଇଲା ଭାରତ 

237

କନକ ବ୍ୟୁରୋ : ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୨ ରନରେ ପରାସ୍ତ କରିଛି । ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି । ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି ।

ଏହି ମ୍ୟାଚରେ ଭାରତ ଟସ୍୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରି ବିଶାଳ ସ୍କୋର କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୮୦, ମାକ୍ସୱେଲ ୫୪ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା ।

ପରେ ୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତ । ଭାରତ ପକ୍ଷରୁ ବିରାଟ କୋହଲି ୮୫ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ୨୦ ଓଭରରେ ୭ ୱିକେଟ ହରାଇ ୧୭୪ କରିଥିଲା ।