କନକ ବ୍ୟୁରୋ : ଇନ୍ଦୋର ଟେଷ୍ଟରେ ଲଜ୍ଜାଜନକ ପରାଜୟ ଭୋଗିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟର ତୃତୀୟ ଦିନରେ ହିଁ ଅଷ୍ଟ୍ରେଲିଆ ୯ ୱିକେଟରେ ଏହି ମ୍ୟାଚରେ ବିଜୟୀ ହୋଇଛି । ମାତ୍ର ୭୬ ରନର ଛୋଟ ଟାର୍ଗେଟରେ ବେଶ ସହଜରେ ହାସଲ କରି ନେଇଛି କଙ୍ଗାରୁ ଦଳ । ଆଉ ଏହାସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନାଥାନ ଲିୟନଙ୍କ ଘାତକ ବୋଲିଂର ସାମ୍ନା କରିପାରିନଥିଲା । ପ୍ରଥମ ଇନିଂସରେ ୫ ଓ ଦ୍ୱିତୀୟ ଇନିଂସରେ ୮ଟି ୱିକେଟ ନେଇ ଭାରତକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ ଲିୟନ । କେବଳ ପୂଜାରାଙ୍କୁ ଛାଡିଦେଲେ ଦ୍ୱିତୀୟ ଇନିଂସରେ ଅନ୍ୟ କେହି ପ୍ରଭାବୀ ବ୍ୟାଟିଂ କରିବାରେ ସଫଳ ହୋଇନଥିଲେ । ଆଉ ଏହାସହ ଭାରତୀୟ ମାଟିରେ ଦୀର୍ଘ ୬ ବର୍ଷ ପରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।
#WTC23 Final bound 🏆
Congratulations Australia. See you in June! 👋 pic.twitter.com/H2YdaWPzYV
— ICC (@ICC) March 3, 2023
ପ୍ରଥମ ୨ଟି ମ୍ୟାଚକୁ ବେଶ ସହଜରେ ବାଜି ମାରିନେଇଥିବା ଭାରତ ତୃତୀୟ ଟେଷ୍ଟରେ ଝୁଣ୍ଟିଛି । ଆଉ ଏହାସହ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ସ୍ଥାନ ଉପରେ ମଧ୍ୟ ସଙ୍କଟ ବଢିଛି । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟରେ ଭାରତ ଯଦି ବିଜୟୀ ହେବାରେ ବିଫଳ ହୁଏ କିମ୍ବା ମ୍ୟାଚ୍ ଡ୍ର ରୁହେ ତେବେ ଭାରତର ଚିନ୍ତା ବଢିଯିବ । ଆଉ ଏଭଳି ସ୍ଥଳେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Steve-Smith-of-Australia-celebrates-taking-a-catch-to-dismiss-Cheteshwar-Pujara-of-India-during-day-two-of-the-Third-Test-match-in-the-series-between-India-and-Australia-1920x1080-1.webp)