କନକ ବ୍ୟୁରୋ : ବିଜୟ ସହ ହକି ବିଶ୍ୱକପ ଅଭିଯାନ ଆରମ୍ଭ କଲା ଚାମ୍ପିୟନ ଅଷ୍ଟ୍ରେଲିଆ । ପୁଲ-ବି ର ଲିଗ୍ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡ ମାତ୍ ଦେଇଛି । ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ଆୟରଲାଣ୍ଡ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ବିଜୟ ହାସଲ କରି ପାରିନଥିଲା । ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ଖେଳ ଆଗରେ ଫେଲ ମାରିଥିଲା ଆୟରଲାଣ୍ଡର ରଣନୀତି । ଶେଷ ପର୍ଯ୍ୟନ୍ତ ଖେଳରେ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ମ୍ୟାଚ ହେଉଥିବାରୁ ଦର୍ଶକ ମଧ୍ୟ ଏହାକୁ ବେଶ ଉପଭୋଗ କରିଥିଲେ ।
ହକି ବିଶ୍ୱକପର ୧୪ତମ ସଂସ୍କରଣର ୫ମ ମ୍ୟାଚରେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ରଣନୀତି କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଅଷ୍ଟ୍ରେଲିଆ ୨ଟି ଗୋଲ ଦେଇଥିବା ବେଳେ ଆୟରଲାଣ୍ଡ ଗୋଟିଏ ଗୋଲ ଦେଇଥିଲା। ଯାହା ଶେଷ ପର୍ଯ୍ୟନ୍ତ ରହିଥିଲା । ଆୟରଲାଣ୍ଡ ଦଳ ଗୋଲ ଦେବାକୁ ଭରପୂର ପ୍ରୟାସ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଥିଲେ । ଅଷ୍ଟ୍ରେଲିଆ ଡିଫେଣ୍ଡରଙ୍କୁ ଭେଦ କରିବା ଆୟରଲାଣ୍ଡ ଖେଳାଳିଙ୍କ ପାଇଁ କାଠିକର ପାଠ ସାଜିଥିଲା ।
ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ‘ପୁଲ-ବି’ର ଅନ୍ୟତମ ମୁକାବିଲା ଇଂଲଣ୍ଡ ଓ ଚୀନ ମଧ୍ୟରେ ହେବାକୁ ଯାଉଛି। ଇଂଲଣ୍ଡର ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ଚୀନର ନବାଗତ ଖେଳାଳିମାନେ ସମ୍ମୁଖୀନ ହେବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/DtQEEiRVsAAFMHH.jpg)