ନିଆଁ ଆଁରୁ ଲୋକଙ୍କୁ ଉଦ୍ଧାର କରୁ କରୁ ନିଜେ ଜୀବନ ହାରିଦେଲେ ଅଗ୍ନିଶମ କର୍ମଚାରୀ , ସାହସିକତା ପୁରସ୍କାର ଗ୍ରହଣ କଲା ୧୯ ମାସର ପୁଅ ।

287

ନିଆଁ ଆଁ ରୁ ଲୋକଙ୍କୁ ଉଦ୍ଧାର କରୁଥିବା ସମୟରେ ପ୍ରାଣ ହାରିଲେ ଅଗ୍ନିଶମ କର୍ମଚାରୀ । ଅଷ୍ଟ୍ରେଲିଆର ନ୍ୟୁ ସାଉଥ ବେଲ୍ସ ଓ ଭିକ୍ଟୋରିଆ ଜଙ୍ଗଲରେ ଗତ ସେପ୍ଟେମ୍ବରରେ ଭୟଙ୍କର ନିଆଁ ଲାଗିଥିଲା । ଯେଉଁଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଥିଲା । ୧୨୦୦ ରୁ ଅଧିକ ଘର ଜଳି ଯାଇଥିଲା। ଏହି ନିଆଁ କାରଣରୁ ହଜାର ହଜାର ଲୋକଙ୍କୁ ନ୍ୟୁ ସାଉଥ ବେଲ୍ସକୁ ସ୍ଥାନାନ୍ତର କରିବାକୁ ପଡିଥିଲା । ଏହି ନିଆଁକୁ ରୋକିବା ପାଇଁ ଶତାଧିକ ଦମକଳ କର୍ମଚାରୀ ନିଯୁକ୍ତ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ରକ୍ଷକ ସାଜୁ ସାଜୁ କିଛି ଅଗ୍ନିଶମ ବିଭାଗର କର୍ମଚାରୀ ଆରପାରିକୁ ଚାଲିଯାଇଥିଲେ ।

ମୃତକଙ୍କ ମଧ୍ୟରେ ୩୨ ବର୍ଷୀୟ ଜେଇପ୍ରି କେଟୁନଙ୍କ ମଧ୍ୟ ଥିଲେ । ସାହସିକତା ପୁରଷ୍କାର ଦିଆଯିବା ସମୟରେ ତାଙ୍କ ୧୯ ମାସର ପୁଅ ଏହାକୁ ଗ୍ରହଣ କରିଥିଲା । ନିଆଁକୁ ଆୟତ୍ତ କରୁଥିବା ସମୟରେ ଜେଇପ୍ରି କେଟୁନଙ୍କ ଗାଡି ଉପରେ ଗଛ ପଡି ଯାଇଥିଲା ଓ ଗାଡିରେ ନିଆଁ ଲାଗି ଯାଇଥିଲା । ତାଙ୍କ ସହ ଥିବା ୩୬ ବର୍ଷୀୟ ଏଡ୍ରିୟୁ ଆଡବାୟାରଙ୍କ ମଧ୍ୟ ଏଥିରେ ମୃତ୍ୟୁ ହୋଇଥିଲା । ନ୍ୟୁ ସାଉଥ ବେଲ୍ସ ରୁରାଲ ଫାୟାର ସଭିର୍ସ ଟ୍ୱିଟର ପେଜରେ ସେୟାର ଏହି ଖବରକୁ ସେୟାର୍ କରାଯାଇଥିଲା । ମୃତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମ୍ମାନର ମେଡାଲ ତାଙ୍କ ୧୯ ମାସର ପୁଅ ଗ୍ରହଣ କଲା ସମୟରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଆଖି ଲୁହରେ ଭିଜିଯାଇଥିଲା । ନିଆଁର ଏପରି ବିକଟରାଳ ରୁପ ଥିଲା ଯାହାର ଧୁଆଁ ଦୁଇ ହଜାର କିଲୋମିଟର ପର୍ୟ୍ୟନ୍ତ ନ୍ୟୁଜଲ୍ୟାଣ୍ଡର ସାଉଥ ଆଇଲ୍ୟାଣ୍ଡ ଯାଏଁ ଦେଖାଯାଉଥିଲା ।