ନିଆଁ ଆଁରେ ଜଙ୍ଗଲ-ଜମି-ଜୀବଜନ୍ତୁ : ନିଆଁ ପ୍ରକୋପରେ ଅଷ୍ଟ୍ରେଲିଆର ଜଙ୍ଗଲ , ଫଟୋରେ ଫଟୋରେ ଦେଖନ୍ତୁ ଅଷ୍ଟ୍ରେଲିଆ ଜଙ୍ଗଲର ଛାତିଥରା ଫଟୋ ।

359

ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ । ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିୟାବାସୀ ଏବଂ ସେଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କଲାଣି ।

ନିଆଁ ପ୍ରକୋପରେ କାଳର କୋଳକୁ ଚାଲିଗଲେଣି ପାଖାପାଖି ୫୦ କୋଟି ଜୀବଜନ୍ତୁ । ୪ ମାସ ସମୟ ବିତିଯାଇଥିଲେ ବି ଅଷ୍ଟ୍ରେଲିୟା ଜଙ୍ଗଲରେ ଲାଗିଥିବା ନିଆଁ ବନ୍ଦ ହେବାର ନାଁ ଧରୁନି ।

ନିଆଁ ଲାଗିବାର କାରଣ ପବନ ଏବଂ ବିଷାକ୍ତ ଧୂଆଁ ବୋଲି ଜଣାପଡିଛି । ନିଆଁ କାରଣରୁ ବାୟୁମଣ୍ଡଳ ବି ଧୂଆଁମୟ ହୋଇ ରହୁଛି । ଯେଉଁଥିପାଇଁ ଶ୍ୱାସ ନେବା ମଧ୍ୟ କଠିନ ହୋଇପଡିଲାଣି । ଲୋକମାନେ ଘର ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଲାଗିଲେଣି । ମୃତକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି ।

ସରକାରଙ୍କ ପକ୍ଷରୁ ଅନେକ ଅଞ୍ଚଳରେ ଏମରଜେନ୍ସି ଘୋଷଣା କରାଯାଇଛି । ଅଷ୍ଟ୍ରେଲିୟାର ଭିକ୍ଟୋରିୟା ଏବଂ ନୂଆ ଦକ୍ଷିଣ ୱେଲ୍ସର ତଟବର୍ତ୍ତୀ ଅଞ୍ଚଳରେ ଏହି ନିଆଁ ଅଧିକ ପ୍ରସାରିତ ହେଉଛି । ଗରମ ପବନ କାରଣରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ ତାପମାନ ୪୫ ଡିଗ୍ରୀ ବଢିଯାଇଛି ।

୨୦୦ ରୁ ଅଧିକ ଘର ନଷ୍ଟ : ଅଷ୍ଟ୍ରେଲିଆର ୨୦୦ ଘରେ ପଶିଲା ଜଙ୍ଗଲ ନିଆଁ । ଅନେକ ଲୋକ ଏଥିରୁ ଉଦ୍ଧାର ହୋଇଥିବା ବେଳେ ଏବେ ବି କିଛି ଲୋକ ନିଆଁର ପ୍ରକୋପରେ ରହିଛନ୍ତି ।

ରିପୋର୍ଟ ମୁତାବକ , ନିଆଁରେ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସୀତ ହେଉଛନ୍ତି ।