ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ । ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିୟାବାସୀ ଏବଂ ସେଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କଲାଣି ।
ନିଆଁ ପ୍ରକୋପରେ କାଳର କୋଳକୁ ଚାଲିଗଲେଣି ପାଖାପାଖି ୫୦ କୋଟି ଜୀବଜନ୍ତୁ । ୪ ମାସ ସମୟ ବିତିଯାଇଥିଲେ ବି ଅଷ୍ଟ୍ରେଲିୟା ଜଙ୍ଗଲରେ ଲାଗିଥିବା ନିଆଁ ବନ୍ଦ ହେବାର ନାଁ ଧରୁନି । /kanak/media/post_attachments/wp-content/uploads/2020/01/skynews-australia-wildfires_4868239-300x169.jpg)
ନିଆଁ ଲାଗିବାର କାରଣ ପବନ ଏବଂ ବିଷାକ୍ତ ଧୂଆଁ ବୋଲି ଜଣାପଡିଛି । ନିଆଁ କାରଣରୁ ବାୟୁମଣ୍ଡଳ ବି ଧୂଆଁମୟ ହୋଇ ରହୁଛି । ଯେଉଁଥିପାଇଁ ଶ୍ୱାସ ନେବା ମଧ୍ୟ କଠିନ ହୋଇପଡିଲାଣି । ଲୋକମାନେ ଘର ଛାଡି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଲାଗିଲେଣି । ମୃତକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି ।
ସରକାରଙ୍କ ପକ୍ଷରୁ ଅନେକ ଅଞ୍ଚଳରେ ଏମରଜେନ୍ସି ଘୋଷଣା କରାଯାଇଛି । ଅଷ୍ଟ୍ରେଲିୟାର ଭିକ୍ଟୋରିୟା ଏବଂ ନୂଆ ଦକ୍ଷିଣ ୱେଲ୍ସର ତଟବର୍ତ୍ତୀ ଅଞ୍ଚଳରେ ଏହି ନିଆଁ ଅଧିକ ପ୍ରସାରିତ ହେଉଛି । ଗରମ ପବନ କାରଣରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଦେଖିବାକୁ ମିଳିଛି । ଅନେକ ଅଞ୍ଚଳରେ ତାପମାନ ୪୫ ଡିଗ୍ରୀ ବଢିଯାଇଛି ।
୨୦୦ ରୁ ଅଧିକ ଘର ନଷ୍ଟ : ଅଷ୍ଟ୍ରେଲିଆର ୨୦୦ ଘରେ ପଶିଲା ଜଙ୍ଗଲ ନିଆଁ । ଅନେକ ଲୋକ ଏଥିରୁ ଉଦ୍ଧାର ହୋଇଥିବା ବେଳେ ଏବେ ବି କିଛି ଲୋକ ନିଆଁର ପ୍ରକୋପରେ ରହିଛନ୍ତି । /kanak/media/post_attachments/wp-content/uploads/2020/01/dfef-1-300x223.png)
ରିପୋର୍ଟ ମୁତାବକ , ନିଆଁରେ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସୀତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/PRI_115629588.jpg)
/kanak/media/post_attachments/wp-content/uploads/2020/01/4f1f7bf0-2be5-11ea-a74a-cd14e8b83fe8-300x145.jpg)
/kanak/media/post_attachments/wp-content/uploads/2020/01/PRI_99554686-300x225.jpg)
/kanak/media/post_attachments/wp-content/uploads/2020/01/5e0d714224000053245a4b59-300x200.jpeg)
/kanak/media/post_attachments/wp-content/uploads/2020/01/kangaroo-300x157.jpg)