ପର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୨୮୩ ରନରେ ଅଲଆଉଟ୍ । ଅଷ୍ଟ୍ରେଲିଆ ଠାରୁ ୪୩ ରନରେ ପଛୁଆ: କୋହଲିଙ୍କ ଦମଦାର ଶତକ

ପର୍ଥ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଠାରୁ ୪୩ ରନରେ ପଛୁଆ ରହିଛି ଭାରତ

94
କନକ ବ୍ୟୁରୋ : ପର୍ଥ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଠାରୁ ୪୩ ରନରେ ପଛୁଆ ରହିଛି ଭାରତ । ପ୍ରଥମ ପାଳିରେ ଘରୋଇ ଦଳ ୩୨୬ ରନ କରିଥିବା ବେଳେ ଭାରତ ପ୍ରଥମ ପାଳିରେ ୧୦ ୱିକେଟ ହରାଇ କରିଛି ୨୮୩ ରନ । ଭାରତ ପକ୍ଷରୁ କ୍ୟାପଟେନ କୋହଲି ଦମଦାର ୧୨୩ ରନ କରିଛନ୍ତି । ସେହିପରି ଦ୍ୱିତୀୟ ସର୍ବାଧିକ ଭାବେ ରାହାଣେ ୫୧ ରନ କରିଥିଲେ । ଭାରତ ଠାରୁ ୪୩ ରନର ଆଗୁଆ ସହ ଆଜି ଦ୍ୱିତୀୟ ପାଳି ଆରମ୍ଭ କରିଛି କଙ୍ଗାରୁ ଦଳ ।
ଶେଷ ଖବର ସୁଦ୍ଧା ଦଳର ୨ ଓପନର ବ୍ୟାଟ୍ସମ୍ୟାନ ହାରିସ ଓ ଫିନଚ ଏବେ କ୍ରିଜରେ ଅଛନ୍ତି । ଆଡିଲେଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇ ୧-୦ରେ ସିରିଜ ଆଗୁଆ ରହିଛି । ଉଲ୍ଲେଖଯୋଗ୍ୟ କି , ପୂର୍ବରୁ ଅଷ୍ଟ୍ରେଲିଆ ଶନିବାର ସକାଳେ ପ୍ରଥମ ଦିନର ସ୍କୋର ୨୭୭/୬ ଖେଳରୁ ଆରମ୍ଭ କରିଥିଲା । ଘରୋଇ ଦଳ ଏଥିରେ ଆଉ ୪୯ରନ ଯୋଡି ବଳକା ୪ ୱିକେଟ ହରାଇଥିଲା ।