ଷ୍ଟିଭେନ ସ୍ମିଥଙ୍କ ଧୂଆଁଧାର ଶତକ । ୩୮୯ ରନର ବିଶାଳ ସ୍କୋର କଲା ଅଷ୍ଟ୍ରେଲିଆ । ଭାରତ ଆଗରେ ୩୯୦ ରନର ବିଜୟ ଲକ୍ଷ୍ୟ

170

କନକ ବ୍ୟୁରୋ : ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆର ଦମଦରା ବ୍ୟାଟିଂ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୩୮୯ ରନର ବିଶାଳ ସ୍କୋର କରି ପାରିଛି । ଫଳରେ ଏବେ ଭାରତ ଆଗରେ ୩୯୦ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତକୁ ଜିତିବାକୁ ହେଲେ ବଡ ସ୍କୋର କରିବାକୁ ହେବ । ଅଷ୍ଟ୍ରେଲିଆ ଏହି ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ୧୦୪, ୱାର୍ଣ୍ଣର ୮୩, ଫିଞ୍ଚ୬୦ ଓ ମାକ୍ସୱେଲ ୬୩ ରବ କରିଥିଲେ । ଫଳରେ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୮୯ ରନ କରିଥିଲା ।

ଏବେ ଭାରତ ଆଗରେ ୩୯୦ ରନର ଟାଗେର୍ଟ ରହିଛି । ଦଳ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ଯଦି ଏହି ମ୍ୟାଚ ଭାରତ ହାରିଯାଏ ତେବେ ଏହି ସିରିଜରେ ମଧ୍ୟ ପରାଜିତ ହେବ ଭାରତ । ତେଣୁ ଆଜିର ମ୍ୟାଟରେ ଭାରତ କର ବା ମର ସ୍ଥିତରେ ରହିଛି ।