କଙ୍ଗାରୁ ଦଳକୁ ଘାଇଲା କଲେ କୃର୍ଣ୍ଣାଲ୍ ! ଭାରତ ଆଗରେ ୧୬୫ ରନର ଟାର୍ଗେଟ୍ ।

123

କନକ ବ୍ୟୁରୋ : ଅନ୍ତିମ ତଥା ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ପାଇଁ ୧୬୫ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ଘରୋଇ ଅଷ୍ଟ୍ରେଲିଆ ଦଳ । ଅଷ୍ଟ୍ରେଲିଆର ସିଡନୀଠାରେ ଅନୁଷ୍ଠିତ ହେଉଥିବା ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଖାସ କରି କୃଣାଲ ପାଣ୍ଡ୍ୟାଙ୍କ ଶାଣିତ ବୋଲିଂ କଙ୍ଗାରୁ ଦଳକୁ ଅଡୁଆରେ ପକାଇଥିଲା । କୃଣାଲ ମୂଲ୍ୟବାନ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ରୋମାଞ୍ଚକର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।ବ୍ରିସବନରେ ହାରିବା ପରେ ମେଲବର୍ନ ମ୍ୟାଚ୍ ବର୍ଷା ଧୋଇନେବା ଭ୍ରମଣକାରୀ ଭାରତୀୟ ଦଳ ପାଇଁ ସଂକଟ ବଢ଼ାଇଦେଇଛି । ଫଳରେ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି । ସିଡନିରେ ଏହି ମ୍ୟାଚ୍ ହାରିଗଲେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ । ଶୁକ୍ରବାର ମ୍ୟାଚ୍ ବର୍ଷା ବିଗାଡ଼ି ଦେଇଥିବାରୁ ଭାରତ ପାଇଁ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ଆଶା ମଉଳିଯାଇଛି ।

ତୃତୀୟ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍‌ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍‌ ଓ ଆର୍ସି ସର୍ଟ ସତର୍କତା ସହ ଇନିଂସ ଆରମ୍ଭ କରିଥିଲେ । ମାତ୍ର ଦଳର ସ୍କୋର ୬୮ରନ ହୋଇଥିବା ବେଳେ ଫିଞ୍ଚ୍‌ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହାର ଅଳ୍ପ କିଛି ସମୟ ପରେ ଅର୍ଥାତ ଦଳୀୟ ସ୍କୋର ୭୩ରେ ଅଷ୍ଟ୍ରେଲିଆ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା । ଦଳର ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସ ଯଥାକ୍ରମେ ୨୭ ଓ ୨୫ ରନ କରିବାରୁ ଦଳର ସ୍କୋର ସମ୍ମାନଜନକ ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା । ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।