କନକ ବ୍ୟୁରୋ : ଦୁବାଇର ଆଇସିସି ଏକାଡେମି ଗ୍ରାଉଣ୍ଡରେ ଆଜି ଖେଳାଯାଉଥିବା ଦମଦାର ଅଭ୍ୟାସ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୫୨ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ଭାରତ ଆଗରେ ଏବେ ୧୫୩ ରନର ଟାର୍ଗେଟ୍ ରହିଛି ।
ତେବେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ୫୭ ରନ, ମାର୍କସ ଷ୍ଟଏନିସ୍ ୪୧ ରନ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୩୭ ରନ୍ କରିଛନ୍ତି । ସେପଟେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ୨ଟି ଓି୍ୱକେଟ୍ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର, ରବିନ୍ଦ୍ର ଜାଡେଜା ଏବଂ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/FCIrM2hVEAUgzOJ.jpg)