ସମୁଦ୍ର ଭିତରେ ନୌସମରାଭ୍ୟାସ । ଶତ୍ରୁ ଦେଖିବ ଭାରତର ଦମ୍ ।

508

କନକ ବ୍ୟୁରୋ : ସମୁଦ୍ର ଭିତରେ ନୌସମରାଭ୍ୟାସ । ବଙ୍ଗୋପସାଗରରେ ମାଲାବାର ଏକ୍ସରସାଇଜରେ ଦମ ଦେଖାଇଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ । ବଙ୍ଗୋପସାଗରରେ ୩ରୁ ୬ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆରବ ସାଗରରେ ୧୭ରୁ ୨୦ତାରିଖ ଯାଏଁ ଚାଲିବ ନୌସମରାଭ୍ୟାସ । ଯେଉଁଥିରେ ସାମିଲ ହେବ ଆଇଏନଏସ ବିକ୍ରାମାଦିତ୍ୟ ।

ସମୁଦ୍ର ଭିତରୁ ନୌସମରାଭ୍ୟାସ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ବଙ୍ଗୋପସାଗରରେ ମାଲାବାର ଏକ୍ସରସାଇଜରେ ଦମ ଦେଖାଇଛନ୍ତି ଏହି ଚାରି ରାଷ୍ଟ୍ର । ବଙ୍ଗୋପସାଗରରେ ୩ରୁ ୬ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆରବ ସାଗରରେ ୧୭ରୁ ୨୦ତାରିଖ ଯାଏଁ ଚାଲିବ ନୌସମରାଭ୍ୟାସ ।

ପ୍ରଥମ ପର୍ଯ୍ୟାୟରେ ଆଂଟି ସବମରିନ ୱାରଫେୟାର ଅଭ୍ୟାସ କରାଯାଇଥବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଯୁଦ୍ଧାଭ୍ୟାସ ଆରବ ସାଗରରେ ଆୟୋଜିତ ହେବ । ଯେଉଁଥିରେ ଆଇଏନଏସ ବିକ୍ରାମାଦିତ୍ୟ ସାମିଲ ହେବ । ସେହିପରି ଆମେରିକାର ପରମାଣୁ ଶକ୍ତି ସମ୍ପନ୍ନ ଯୁଦ୍ଧବିମାନ ସାମିଲ ହେବାର ସମ୍ଭାବନା ରହିଛି । ଏହାସହ ଅଷ୍ଟ୍ରେଲିଆ ଓ ଜାପାନର ବିଧ୍ୱସଂକାରୀ ବୁଡାଜାହାଜ ମଧ୍ୟ ଶକ୍ତି ପ୍ରଦର୍ଶନ କରିବ ।

ପ୍ରଥମ ପର୍ଯ୍ୟାୟ ନୌସମରାଭ୍ୟାସରେ ରଣବିଜୟ, ଶିବାଲିକ, ଶକ୍ତି ଓ ସୁକନ୍ୟା ଜାହାଜ ସହ ସିନ୍ଧୁରାଜ ବୁଡାଜାହାଜର ଶକ୍ତି ଦେଖାଇଛି ଭାରତ । ସେହିପରି ଆମେରିକା ଜନ୍ ଏସ ମେକ୍କନ ମିଜାଇଲ ଡେଷ୍ଟ୍ରୟରର କ୍ଷମତା ଦେଖାଇଛି । ସମୁଦ୍ର ଭିତରେ ୪ରାଷ୍ଟ୍ର ଆଂଟି ସବମରିନ ୱାରଫେୟାର ଅପରେସନ ସହିତ କ୍ରାସ ଡେକ ଲ୍ୟାଣ୍ଡିଂ ପରି ଅପରେସନ କରିଦେଖାଇଛନ୍ତି । ଗୋଟିଏ ପଟେ ଭାରତ ଚୀନ୍ ଭିତରେ ସୀମା ବିବାଦ ଚାଲିଛି ଏବଂ ଭାରତକୁ ଉସୁକାଇବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହିଁ ଚୀନ୍ । ସେପଟେ ବିଭିନ୍ନ ପ୍ରସଙ୍ଗରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ମଧ୍ୟ ଚୀନ୍ ସହ ବିବାଦ ଲାଗିରହିଛି । ଏପରି ସ୍ଥିତିରେ ସମୁଦ୍ର ଭିତରେ ଏପରି ଯୁଦ୍ଧାଭ୍ୟାସର ବେଶ ଗୁରୁତ୍ୱ ବଢିଯାଇଛି ।

ମାଲାବାର ନୌସମରାଭ୍ୟାସରେ କ୍ୱାଡ ସଦସ୍ୟ ଥିବା ୪ଟି ଦେଶ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଯୋଗଦେଇଛନ୍ତି । ଫଳରେ ମାଲାବାର ନୌସମରାଭ୍ୟାସର ଗୁରୁତ୍ୱ ବଢିଯାଇଛି । ମାଲାବାର ନୌସମରାଭ୍ୟାସରେ ପ୍ରଥମ ଥର ପାଇଁ ଯୋଗ ଦେଇଛି ଅଷ୍ଟ୍ରେଲିଆ । ସେପଟେ ଭାରତ ଓ ଆମେରିକା ଏହି ମାଲାବାର ସମରାଭ୍ୟାସର ସବୁଠୁ ପୁରୁଣା ସହଯୋଗୀ । ୧୯୯୨ରେ ପ୍ରଥମ ଥର ପାଇଁ ଭାରତ ମହାସାଗରରେ ଭାରତ ଓ ଆମେରିକା ଯୁଦ୍ଧାଭ୍ୟାସ କରିଥିଲେ ।