ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଦିନରେ ୨୬୩ ରନ କରି ଭ୍ରମଣକାରୀ ଦଳ ଅଲଆଉଟ୍, ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସଙ୍କ ଲଢୁଆ ବ୍ୟାଟିଂ

95

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ । ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୨୬୩ ରନ କରି ଅଲଆଉଟ ହୋଇଛି । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଛି ଏହି ମ୍ୟାଚ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଛି । ଦଳର ଦୁଇ ଓପନର ଡେଭିଡ୍ ୱାର୍ନର ଓ ଉସମାନ ଖ୍ୱାଜାଙ୍କୁ ମଧ୍ୟରୁ ମାତ୍ର ୧୫ ରନରେ ୱାର୍ନର ଆଉଟ ହୋଇଥିବାବେଳେ ଖ୍ୱାଜା ୮୧ ରନ କରିଥିଲେ । ତେବେ ମିଡିଲ ଅର୍ଡରର ୩ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଥିଲେ । ପିଟର ହାଣ୍ଡସକମ୍ବ ଓ ପାଟ କମିନ୍ସ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ହାଣ୍ଡସକମ୍ବ ୭୨ ଓ କମିନ୍ସ ୩୩ ରନ କରିଥିଲେ । ଫଳରେ ଦଳ ୨୬୩ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମ୍ମି ୪ଟି ଏବଂ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଲେଖାଏଁ ୱିକେଟ ନେଇଥିଲେ ।