ଭୟଙ୍କର ନିଆଁ ଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ । ଜଙ୍ଗଲରେ ଲାଗିଥିବା ନିଆଁକୁ ଦେଖି ଦେଶର ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ନିଜ ଭାରତ ଯାତ୍ରାକୁ ରୋକିଛନ୍ତି । ୧୩ ଜାନୁଆରୀରେ ଚାରି ଦିବସୀୟ ଯାତ୍ରାରେ ଭାରତ ଆସିଥାନ୍ତେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । କିନ୍ତୁ ଏହି ଭୟାବହ ଅଗ୍ନିକାଣ୍ଡ ତାଙ୍କୁ ବିଚଳିତ କରିଥିଲା ଯେଉଁଥିପାଇଁ ସେ ଭାରତ ଗସ୍ତକୁ ରଦ୍ଧ କରିଥିଲେ ।
ତେବେ ପ୍ରଧାନମନ୍ତ୍ରୀ ସଠିକ୍ ସମୟରେ ଭାରତ ଗସ୍ତ କରିବେ ବୋଲି ଜଣାପଡିଛି । ନିଜ ବୟାନରେ ସେ କହିଛନ୍ତି , ଆମ ଦେଶ ଏବେ ଜଙ୍ଗଲରେ ଲାଗିଥିବା ଭୀଷଣ ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇଛି । ଏବେ ଭାରତ ଗସ୍ତ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଷ୍ଟ୍ରେଲିୟ ନାଗରିକ ଏବଂ ପ୍ରାଣୀମାନଙ୍କ ସୁରକ୍ଷା କରିବା । ଭୀଷଣ ନିଆଁର ବହ୍ନିରୁ କିଛି ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଅନେକ ଏବେ ବି ଏହାର ପ୍ରକୋପରେ ରହିଛନ୍ତି ।
ନିଆଁର ପ୍ରକୋପରେ ୫୦ କୋଟି ଜୀବଜନ୍ତୁ ଜିବନ୍ତ ଦଗ୍ଧ : ୪ ମାସ ବିତିଯାଇଥିଲେ ମଧ୍ୟ ଅଷ୍ଟ୍ରେଲିୟା ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ନେଉନାହିଁ । ସିଡନୀର ଇକୋଲୋଜିଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମାନ କରି କୁହାଯାଇଛି ଯେ ଏବେ ପର୍ଯ୍ୟନ୍ତ ୪୮ କୋଟି ଜୀବଜନ୍ତୁ ନିଆଁ ପ୍ରକୋପରେ ଆସି ଜୀବନ ହାରିଲେଣି ।/kanak/media/post_attachments/wp-content/uploads/2020/01/koala_010420093928-300x196.jpg)
୨୦୦ ରୁ ଅଧିକ ଘର ନଷ୍ଟ : ଅଷ୍ଟ୍ରେଲିଆର ୨୦୦ ଘରେ ପଶିଲା ଜଙ୍ଗଲ ନିଆଁ । ଅନେକ ଲୋକ ଏଥିରୁ ଉଦ୍ଧାର ହୋଇଥିବା ବେଳେ ଏବେ ବି କିଛି ଲୋକ ନିଆଁର ପ୍ରକୋପରେ ରହିଛନ୍ତି । ରିପୋର୍ଟ ମୁତାବକ , ନିଆଁରେ ୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସୀତ ହେଉଛନ୍ତି ।
Follow Us
/kanak/media/post_attachments/wp-content/uploads/2020/01/Australia_Fire_571_855-300x200.jpg)