ଏଣିକି ଖବର ଲାଗି ଗଣମାଧ୍ୟମ କମ୍ପାନିଙ୍କୁ ପ୍ରାପ୍ୟ ଦେବେ ଗୁଗୁଲ୍ ଓ ଫେସବୁକ୍ । ଏହି ଦେଶରେ ଲାଗୁହେଲା ନୂଆ ଆଇନ୍

Advertisment
ଏଣିକି ଖବର ଲାଗି ଗଣମାଧ୍ୟମ କମ୍ପାନିଙ୍କୁ ପ୍ରାପ୍ୟ ଦେବେ ଗୁଗୁଲ୍ ଓ ଫେସବୁକ୍ । ଏହି ଦେଶରେ ଲାଗୁହେଲା ନୂଆ ଆଇନ୍

ଖବର ବା ସୂଚନା ସମ୍ବଳିତ ବିଷୟବସ୍ତୁ ଲାଗି ଗଣମାଧ୍ୟମ କମ୍ପାନିମାନଙ୍କୁ ପ୍ରାପ୍ୟ ଦେବାକୁ ଗୁଗଲ୍‌ ଓ ଫେସ୍‌ବୁକ୍‌କୁ ବାଧ୍ୟ କରିବା ଲାଗି ଗୁରୁବାର ଦିନ ଅଷ୍ଟ୍ରେଲୀୟ ପାର୍ଲାମେଣ୍ଟ୍‌ ଆଇନ ପ୍ରଣୟନ କରିଛି। ଲାଗୁ ହେବାର ଗୋଟିଏ ବର୍ଷ ମଧ୍ୟରେ ଏହି ଆଇନର ସମୀକ୍ଷା କରାଯିବ ବୋଲି କୋଷାଧ୍ୟକ୍ଷ ଜୋସ୍‌ ଫ୍ରାଇଡେନ୍‌ବର୍ଗ ଏବଂ ଯୋଗାଯୋଗ ମନ୍ତ୍ରୀ ପଲ୍‌ ଫ୍ଲେଚର୍‌ ଏକ ମିଳିତ ବିବୃତିରେ କହିଛନ୍ତି।

ପ୍ରସ୍ତୁତ କରୁଥିବା ସୂଚନା ସମ୍ବଳିତ କଥାବସ୍ତୁ ବା ଖବର ଲାଗି ଗଣମାଧ୍ୟମ ବ୍ୟବସାୟ ପ୍ରତିଷ୍ଠାନ ସବୁ ସମୁଚ୍ଚିତ ପାରିଶ୍ରମିକ ପାଉଛନ୍ତି ବୋଲି ଏହି ଆଇନ ସୁନିଶ୍ଚିତ କରାଇବା ସହ ଅଷ୍ଟ୍ରେଲିଆରେ ସୁସ୍ଥ ସାମ୍ବାଦିକତାକୁ ସୁଦୃଢ଼ କରିବ। ଅଷ୍ଟ୍ରେଲିଆର ‘ଆଣ୍ଟି-ଟ୍ରଷ୍ଟ୍‍ ରେଗୁଲେଟର୍‌’ ସହ ବ୍ୟାପକ ସମୀକ୍ଷା ଏବଂ ପ୍ରାୟ ତିନି ବର୍ଷ ଧରି ସର୍ବସାଧାରଣଙ୍କ ପରାମର୍ଶକ୍ରମେ ପ୍ରସ୍ତୁତ ଏହି ଆଇନ ପ୍ରଣୟନ ହେବା ଯୋଗୁଁ ବ୍ରିଟେନ୍‌ ଓ କାନାଡା ଭଳି ଦେଶମାନେ ଉତ୍ସାହ ପାଇବେ। କାରଣ, ସେମାନେ ମଧ୍ୟ ଏହି ପ୍ରକାରର ଆଇନ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି।

ଗଣମାଧ୍ୟମ କମ୍ପାନିମାନଙ୍କର ଯେଉଁ ସବୁ ‘ଲିଙ୍କ୍‌’ ପ୍ରମୁଖ ଟେକ୍ନୋଲୋଜି କମ୍ପାନିମାନଙ୍କ ଲାଗି ଦୃଷ୍ଟି ଆକର୍ଷଣକାରୀ ହେବା ସହ ବିଜ୍ଞାପନ ଆୟକାରୀ ହେଉଛି ସେଥିରୁ ‘ଲାଇସେନ୍‌ସ୍‌ ଫି’ ଆକାରରେ ଅର୍ଥ ପାଇବା ଲାଗି ଗଣମାଧ୍ୟମ କମ୍ପାନିମାନଙ୍କ ପାଇଁ ଅନ୍ୟ ଦେଶମାନେ ଆଇନ କରିଛନ୍ତି।

ଅଷ୍ଟ୍ରେଲିଆରେ ପ୍ରଣୟନ କରାଯାଇଥିବା ଏହି ଆଇନ ଅନୁସାରେ ଯଦି ଗଣମାଧ୍ୟମ କମ୍ପାନି ଓ ଟେକ୍ନୋଲୋଜି କମ୍ପାନି ପାରସ୍ପରିକ ବୁଝାମଣା ମାଧ୍ୟମରେ ପ୍ରାପ୍ୟ ଧାର୍ଯ୍ୟ କରି ନ ପାରନ୍ତି ତେବେ, ସରକାର ତାହା ଧାର୍ଯ୍ୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe