୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ ଟ୍ରଫି । ଧୂଳିସାତ ହେଲା ଭାରତର ପଞ୍ଚମ ଟାଇଟେଲ ସ୍ୱପ୍ନ । ୭୯ ରନରେ ଜିତିଲା ଅଷ୍ଟ୍ରେଲିଆ ।

145

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତକୁ ପରାସ୍ତ କରିଛି । ୨୫୩ ରନର ପିଛା କରି ଭାରତ ୧୭୪ରେ ଅଲଆଉଟ ହୋଇଥିଲା । ବିୟର୍ଡମାନ ପ୍ଲେୟାର ଅଫ୍ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି । ୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବାର ଭାରତର ସ୍ୱପ୍ନ ଭାଙ୍ଗିଛି ଅଷ୍ଟ୍ରେଲିଆ ।

ବିଶ୍ୱ ଟେଷ୍ଟ ୍ ଚାମ୍ପିୟନଶିପ୍, ଦିନିକିଆ ବିଶ୍ୱକପ୍ ପରେ ଏବେ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲ୍ ରେ ଭାରତକୁ ୭୯ ରନ୍ ରେ ପରାସ୍ତ କରିଛି । ଶନିବାର ଦକ୍ଷିଣ ଆଫ୍ରିକାର ବେନୋନିଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି । ଏବଂ ଉଦୟ ସାହାରନଙ୍କ ନେତୃତ୍ୱରେ ଚମତ୍କାର ଖେଳୁଥିବା ଟିମ୍ ଇଣ୍ଡିଆର ସ୍ୱପ୍ନ ଭାଙ୍ଗି ଯାଇଛି । ଭାରତକୁ ୭୯ ରନ୍ ରେ ପରାସ୍ତ କରି ଅଷ୍ଟ୍ରେଲିଆ ୧୪ ବର୍ଷ ପରେ ବିଶ୍ୱକପ୍ ଟ୍ରଫି ଜିତିଛି । ଚଳିତ ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ପରାଜୟ, କିନ୍ତୁ ସେହି ପରାଜୟ ଫାଇନାଲ ୍ ମ୍ୟାଚ୍ରେ ହୋଇଛି ।