କନକ ବ୍ୟୁରୋ: ପାକିସ୍ତାନ ଟିମକୁ ବଡ ଝଟକା । ଆଇସିସି ଟିମ୍ ରାଙ୍କିରେ ପାକିସ୍ତାନ ହରାଇଲା ନମ୍ବର ୱାନ୍ ସ୍ଥାନ । ପାକିସ୍ତାନକୁ ହଟାଇ ଅଷ୍ଟ୍ରେଲିଆ ଟିମ୍ ରାଙ୍କିର ଏକ ନମ୍ବର ସ୍ଥାନକୁ ଉଠିଛି । ସେପଟେ ମାତ୍ର ଗୋଟିଏ ପଏଣ୍ଟ ପାଇଁ ଦୁଇ ନମ୍ବର ରାଙ୍କକୁ ଖସିଆସିଛି ପାକିସ୍ତାନ ।

Advertisment

ଅନ୍ୟପଟେ ଟିମ୍ ଇଣ୍ଡିଆ ଏବେ ବି ଦିନିକିଆ ରାଙ୍କିର ତିନି ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୨୩ ରନର ବଡ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଏହାପୂର୍ବରୁ ପ୍ରଥମ ଦିନିକିଆକୁ ମଧ୍ୟ ଅଷ୍ଟ୍ରେଲିଆ ତିନି ୱିକେଟରେ ଜିତିଥିଲା । ତେଣୁ ଲଗାତାର ଦୁଇଟି ମ୍ୟାଚରେ ବିଜୟ ପରେ ଅଷ୍ଟ୍ରେଲିଆକୁ ଏହି ଫାଇଦା ହେଇଛି । ୧୨୧ ପଏଣ୍ଟ ସହ ଦଳ ରାଙ୍କିର ଏକ ନମ୍ବର ସ୍ଥାନକୁ ଉଠିଛି ।

ବର୍ତ୍ତମାନ ଅଷ୍ଟ୍ରେଲିଆ ୧୨୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ, ପାକିସ୍ତାନ ୧୨୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ, ଭାରତ ୧୧୪ ପଏଣ୍ଟ ସହ ତୃତୀୟ, ନ୍ୟୁଜିଲାଣ୍ଡ ୧୦୬ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ୯୯ ପଏଣ୍ଟ ସହ ପଞ୍ଚମ ରାଙ୍କରେ ଅଛନ୍ତି ।