ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ । ଜାଣନ୍ତୁ ଅଧିନାୟକ ଭାବେ କାହାକୁ ମିଳିଲା ଦାୟିତ୍ୱ?

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ । ଜାଣନ୍ତୁ ଅଧିନାୟକ ଭାବେ କାହାକୁ ମିଳିଲା ଦାୟିତ୍ୱ?

କନକ ବ୍ୟୁରୋ : ବିଶ୍ୱକପ ପରେ ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଏଥିପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ୧୯ ନଭେମ୍ବରରେ ବିଶ୍ୱକପର ଫାଇନାଲ ମୁକାବିଲା ଖେଳାଯିବା ପରେ ୨୩ ନଭେମ୍ବରରେ ଟି-୨୦ ସିରିଜ ଆରମ୍ଭ ହେବ ।

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡଙ୍କ ହାତରେ ଅଧିନାୟକ ଦାୟିତ୍ୱ ଦେଇଛି । ସେହିଭଳି ବିଶ୍ୱକପ ଦଳରେ ଖେଳୁଥିବା ୮ ଜଣ ଖେଳାଳୀଙ୍କୁ ଏହି ଟିମରେ ସ୍ଥାନ ମିଳିଛି । ସେହିଭଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍ ଡେଭିଡ, ମ୍ୟାଟ୍ ସର୍ଟ ଓ ନାଥନ ଏଲିସଙ୍କୁ ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଡାକରା ଆସିଛି । ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟେଷ୍ଟର ପ୍ରସ୍ତୁତି ପାଇଁ ପାଟ କମିନ୍ସ ସ୍ୱଦେଶ ଫେରିଯିବେ । ସେହିଭଳି ମିଚେଲ ଷ୍ଟାର୍କ, ଜୋଶ ହେଜଲଉଡ, ମିଚେଲ ମାର୍ଶ, କାମରନ ଗ୍ରୀନ ମଧ୍ୟ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ଫେରିଯିବେ ।

ଟିମ୍ ଚୟନକୁ ନେଇ ଚୟନକମିଟି ମୁଖ୍ୟ ଜର୍ଜ ବେଲି କହିଛନ୍ତି, ଏହା ଏକ ସନ୍ତୁଳିତ ଟିମ । ଏହି ଟିମରେ ଅନୁଭବୀ ଖେଳାଳୀଙ୍କ ସହ ଯୁବ ଖେଳାଳୀ ରହିଛନ୍ତି । ମାଥ୍ୟୁ ୱେଡ୍ ଏହା ପୂର୍ବରୁ ମଧ୍ୟ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି, ତେଣୁ ଏହି ସିରିଜରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିବେ ବୋଲି କହିଛନ୍ତି ବେଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe