ଚୀନ୍ ଛାଡି ପାରୁନି ବିସ୍ତାରବାଦ ନୀତି । ଭାରତ ପରେ ଅଷ୍ଟ୍ରେଲିଆକୁ ଘେରିବାକୁ ଦକ୍ଷିଣ ଚୀନ୍ ସାଗରରେ ବଢାଇଲାଣି ଗତିବିଧି, ଅଷ୍ଟ୍ରେଲିଆ ରାଜଦୂତଙ୍କ ଜବାବ । ଅନ୍ତର୍ଜାତୀୟ ଜଳସୀମା ନିୟମକୁ ସମ୍ମାନ ଦେଉ ବେଜିଂ ।

396

କନକ ବ୍ୟୁରୋ: ଚୀନ୍ ଓ ଅଷ୍ଟ୍ରେଲିଆର ଭାରତକୁ ଥିବା ରାଷ୍ଟ୍ରଦୂତଙ୍କ ମଧ୍ୟରେ ଟୁଇଟରକୁ ନେଇ ବିବାଦ । ଆଉ ଏହି ବିବାଦ ପଛରେ ରହିଛି ଦକ୍ଷିଣ ଚୀନ୍ ସାଗର । ସମୁଦ୍ର ସୀମାକୁ ନେଇ ଆମେରିକା କରିଥିବା ଆଇନକୁ ମାନିବାକୁ ସିଧାସଳଖ ମନା କରିଦେଇଛି ଚୀନ୍ । କେବଳ ସେତିକି ନୁହଁ ଦକ୍ଷିଣ ଚୀନ୍ ସାଗରରେ ଡ୍ରାଗନ ଏହାର ଗତିବିଧି ମଧ୍ୟ ବଢାଇ ଦେଇଛି । ଏହି ଘଟଣା ଏବେ ଦକ୍ଷିଣ ଚୀନ୍ ସାଗରକୁ ଲାଗିଥିବା ପଡୋଶୀ ଦେଶ ଗୁଡିକ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଗତ ଗୁରୁବାର ଏ ଚୀନ୍ ରାଷ୍ଟ୍ରଦୂତ ସନ୍ ୱେଇଡଙ୍ଗଙ୍କ ଏହି ଟୁଇଟ୍ କରିଥିଲେ । ଟୁଇଟରେ ଉଲ୍ଲେଖ ରହିଛି ଚୀନ ଏହାର ଅଖଣ୍ଡତା, ସାମୁଦ୍ରିକ ଜଳସୀମାର ଅଧିକାର ଏବଂ ହିତ ଅନ୍ତର୍ଜାତୀୟ ଆଇନ ଏବଂ ଆମେରିକାର ଜଳସୀମା ଆଇନ ଅନୁସାରେ ପାଳନ କରୁଛି । ଏହା ହିଁ ସ୍ପଷ୍ଟ କରିଦେଉଛି କିଏ ଶାନ୍ତି ଓ ସ୍ଥିରତାକୁ ସୁରକ୍ଷା ଦେଉଛି ଏବଂ କିଏ ଏ ଅଂଚଳରେ ମୁହାଁମୁହିଁ ସ୍ଥିତି ସୃଷ୍ଟି କରୁଛି ।

ତେବେ ଚୀନ ରାଜଦୂତଙ୍କ ଟୁଇଟର କଡା ଜବାବ ରଖିଥିଲେ ଅଷ୍ଟ୍ରେଲିଆ ରାଜଦୂତ । ଓ ଫ୍ୟାରେଲ୍ ନିଜ ଟୁଇଟରେ ଜବାବ ଦେଇଥିଲେ , ମୁଁ ଆଶା କରୁଛି ଆପଣ ୨୦୧୬ ଦକ୍ଷିଣ ଚୀନ୍ ସାଗର ଆରବିଟାଲ୍ ଆୱାର୍ଡ , ଯାହାକି ଅନ୍ତର୍ଜାତୀୟ ଆଇନରେ ହୋଇଛି ତୁମେ ପାଳନ କରିବ ଏବଂ ସାଧାରଣତଃ ଏପରି କୌଣସି କାମ କରିବନି ଯାହା ଦୁଇ ଦେଶକୁ ମୁହାଁମୁହିଁ କରାଇବ । ଗତ ଗୁରୁବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଏଲଏସି ସଂପର୍କରେ ଆଲୋଚନା ସମୟରେ ଦକ୍ଷିଣ ଚୀନ୍ ସାଗର କଥା ଉଠାଇ ଚିନ୍ତା ପ୍ରକଟ କରିଥିଲେ ଅଷ୍ଟ୍ରେଲିଆ ରାଜଦୂତ । ଦକ୍ଷିଣ ଚୀନ୍ ସାଗର ଜଳସୀମାରେ ଚୀନର ସମସ୍ତ ପ୍ରକାର ପଦକ୍ଷେପ ଯାହା ଅସନ୍ତୋଷ ସୃଷ୍ଟି କରିବ, ତାକୁ ଅଷ୍ଟ୍ରେଲିଆ ବିରୋଧ କରିବ ବୋଲି ସେ କହିଛନ୍ତି

କେବଳ ସେତିକି ନୁହଁ ଏଥର ଦକ୍ଷିଣ ଚୀନ୍ ସାଗରକୁ ନେଇ ଅତି କଠୋର ମନୋଭାବ ପୋଷଣ କରିଛି ଅଷ୍ଟ୍ରେଲିଆ । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ଅସ୍ଥିରତାକୁ ଅଷ୍ଟ୍ରେଲିଆ କେବେ ବି ବରଦାସ୍ତ କରିବ ନାହିଁ ବୋଲି କହିଛି । ଚୀନର ମନମାନୀ ନେଇ ମିଳିତ ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛି ଅଷ୍ଟ୍ରେଲିଆ

ଦକ୍ଷିଣ ଚୀନ ସାଗରରେ ଚୀନର ଏପରି ଅନଧିକାର ଦାବି କେବଳ ଅଷ୍ଟ୍ରେଲିଆ ନୁହଁ ଅନ୍ୟ ପଡୋଶୀ ଦେଶକୁ ମଧ୍ୟ ବିବାଦ ଭିତରକୁ ଟାଣି ଆଣିବ । କାରଣ ଦକ୍ଷିଣ ଚୀନ୍ ସାଗରରେ ଡ୍ରାଗନର ଏପରି ଅନଧିକାର ଦାବି ପଡୋଶୀ ଅଷ୍ଟ୍ରେଲିଆ ସମେତ ଫିଲିପାଇନ୍ସ, ଭିଏତନାମ ଏବଂ ଆମେରିକାକୁ ବି ଚିନ୍ତାରେ ପକାଇଛି ।