ତୃତୀୟ ମ୍ୟାଚ ପୂର୍ବରୁ ୬ ଜଣ ଖେଳାଳୀଙ୍କୁ ସ୍ୱଦେଶ ପଠାଇଲା ଅଷ୍ଟ୍ରେଲିଆ । ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଳାଇବ ଟିମ୍ ଇଣ୍ଡିଆ ।

2,018

କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ସିରିଜ ବଞ୍ଚାଇ ରଖିବାକୁ ଏହା ଶେଷ ସୁଯୋଗ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ବଡ ପରିବର୍ତ୍ତନ କରିଛି । ଅଷ୍ଟ୍ରେଲିଆ ନିଜର ୬ ଜଣ ଖେଳାଳୀଙ୍କୁ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛିି, ଯେଉଁମାନେ ବିଶ୍ୱକପ ଦଳର ସଦସ୍ୟ ଥିଲେ । ତୃତୀୟ ମ୍ୟାଚ୍ ପୂର୍ବରୁ ଷ୍ଟିଭ ସ୍ମିଥ ଓ ଆଡମ ଜମ୍ପା ଅଷ୍ଟ୍ରେଲିଆ ଫେରି ଯାଇଥିବା ବେଳେ ମ୍ୟାକ୍ସୱେଲ, ଷ୍ଟୋଇନିସ, ଜୋସ ଇଙ୍ଗଲିସ, ସିନ୍ ଆବଟ ଆସନ୍ତାକାଲି ସ୍ୱଦେଶ ଫେରିଯିବେ । ଗତ ମ୍ୟାଚରେ ଇଙ୍ଗଲିସ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ । ଫର୍ମରେ ଥିବା ସତ୍ତେ୍ୱ ମଧ୍ୟ ଇଙ୍ଗଲିସଙ୍କୁ ସ୍ୱଦେଶ ପଠାଇବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ଟିମ୍ ମ୍ୟାନେଜମେଣ୍ଟ ।

ଅନ୍ୟପଟେ ଭାରତ ଆଜି ସିରିଜ ହାତେଇବାକୁ ମୈଦାନକୁ ଓହ୍ଲାଇବ । ଗତ ୨ଟି ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟର ଦମଦାର ପ୍ରଦର୍ଶନ କରିଛନ୍ତି । ଉଭୟ ମ୍ୟାଚରେ ୨୦୦ରୁ ଅଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି ଭାରତୀୟ ବ୍ୟାଟର । ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ରେ ସର୍ବାଧିକ ସ୍କୋର କରିଛି ଟିମ୍ ଇଣ୍ଡିଆ ।