ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ, ବିଜୟରୁ ଅଭିଯାନ ଆରମ୍ଭ କଲା କଙ୍ଗାରୁ ଟିମ 

80

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପ୍ରଥମ ସୁପର ୧୨ ମ୍ୟାଚରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ହରାଇଛି କଙ୍ଗାରୁ ଟିମ । ଏହାସହ ବିଶ୍ୱକପରେ ବିଜରୁ ହିଁ ନିଜ ଅଭିଯାନ ଆରମ୍ଭ କରିଛି ଅଷ୍ଟ୍ରେଲିଆ ଟିମ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା ସାଉଥ ଆଫ୍ରିକା ଦଳ । ଦଳ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୧୮ ରନ କରିବାରେ ସକ୍ଷମ ହୋଇଥିଲା ।

ପରେ ୧୧୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ଟିମ । ଅଳ୍ପ ରନର ଏହି ବିଜୟ ଲକ୍ଷ୍ୟକୁ ବହୁ ସଂଘର୍ଷ କରି ବିଜୟୀ ହୋଇଥିଲା ଟିମ । ୧୯ ଓଭରର ବେଳକୁ ଦଳ ଏହି ମ୍ୟାଚରେ ୫ ୱିକେଟରେ ବିଜୟ ଲାଭ କରିଥିଲା ।