କନକ ବ୍ୟୁରୋ: ଆଜି ବିଶ୍ୱକପରେ ବଡ ମ୍ୟାଚ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ରୋମାଞ୍ଚକର ମ୍ୟାଚରେ ୫ ରନରେ ଜିତିନେଇଛି ଅଷ୍ଟ୍ରେଲିଆ ଦଳ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ତ୍ରାଭିସ ହେଡ୍ ଶତକ କରିଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ରଚିନ ରବିନ୍ଦ୍ର ଶତକ ହାସଲ କରିଥିଲେ । ହେଲେ ନ୍ୟୁଜିଲାଣ୍ଡ ମ୍ୟାଚ ପରାଜୟ ସହ ରଚିନ ରବିନ୍ଦ୍ରଙ୍କ ଶତକ ବୃଥା ହୋଇଛି ।

Advertisment

ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ଆରମ୍ଭରୁ ଆକ୍ରାଣାନ୍ତ୍ରକ ବ୍ୟାଟିଂ କରିଥିଲେ ଅଷ୍ଟ୍ରେଲିଆର ୨ ଓପନର । ୱାର୍ନର ୮୧ ରନ କରି ଆଉଟ ହୋଇଯିବା ପରେ ହେଡ୍ ୧୦୯ର ଶତକୀୟ ପାଳି ଖେଳିଥିଲେ । ସେହିପରି ଶେଷରେ ମାକ୍ସୱେଲ, କୁମିନ୍ସଙ୍କ ଦୁର୍ଦ୍ଦଶ ପାଳି ଯୋଗୁଁ ଦଳ ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା । ଦଳ ୪୯ ଓଭର ୨ଟି ବଲ ଖେଳି ୩୮୮ ରନରେ ଅଲଆଉଟ ହୋଇଯାଇଥିଲା ।

ଏହାପରେ ୩୮୯ ରନର ପିଛା କରି ନ୍ୟୁଜିଲାଣ୍ଡ ଦମଦାର ବ୍ୟାଟିଂ କରିଥିଲା । ରଚିନ ରବିନ୍ଦ୍ର ୧୧୬, ଜେମ୍ସ ନିଶାମ ୫୮ ଓ ଡାର୍ଲି ମିଚେଲ ୫୪ ରନ କରିଥିଲେ । ହେଲେ ଦଳ ମାତ୍ର ୫ ରନରେ ପରାସ୍ତ ହୋଇଥିଲା ।