କନକ ବ୍ୟୁରୋ: ତୃତୀୟ ଦିନିକିଆରେ ପରାସ୍ତ ହେଲା ଭାରତ । ଏହି ପରାଜୟ ସହ ଭାରତ ଅଷ୍ଟ୍ରେଲିଆ ନିକଟରୁ ୨-୧ରେ ସିରିଜ ହାରିଛି । ଚେନ୍ନାଇରେ ଖେଳାଯାଉଥିବ ଶେଷ ଦିନିକିଆରେ ଘରୋଇ ଦଳକୁ ୨୧ ରନରେ ମାତ୍ ଦେଇଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆ ପାଇଁ ଆଡାମ ଜାମ୍ପା ୪ ୱିକେଟ ନେଇ ଭାରତର ବିପର୍ଯ୍ୟୟରେ ପ୍ରମୁଖ ଭୂମିକା ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୬୯ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୪୯.୧ ଓଭରରେ ୨୬୯ ରନ ସଂଗ୍ରହ କରିପାରିଥିଲା । ଦଳ ପକ୍ଷରୁ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ରନ କରିଥିଲେ । ଏହି ପରାଜୟ ସହ ଭାରତ ସିରିଜ ହାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Fr1jCmbWwAAQZUN.jpg)