ବିରାଟ ବାହିନୀ ଉପରେ ଭାରି ପଡିଲା କଙ୍ଗାରୁ ଦଳ । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ୬୬ ରନରେ ପରାସ୍ତ ହେଲା ଟିମ ଇଣ୍ଡିଆ 

391

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆ ମାଟିରେ ଭାରି ପଡିଲା କଙ୍ଗାରୁ ଦଳ । ଏହି ମ୍ୟାଚରେ ଅଷ୍ଟ୍ରେଲିଆଠୁ ଭାରତ ୬୬ ରନରେ ପରାସ୍ତ ହୋଇଛି । ଫଳରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦମଦାର ବ୍ୟାଟିଂ କରିଥିଲା ଦଳ । ଦଳ ପକ୍ଷରୁ ଆରୋନ ଫିଞ୍ଚ ୧୧୪, ସ୍ମିଥ ୧୦୫ ୱାର୍ଣ୍ଣର ୬୯ ଓ ମାକ୍ସୱେଲ ୪୫ ରନ କରିଥିଲେ ଫଳରେ ଦଳ ୫୦ ଓଭରରେ ୬ ୱିକେଟ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

ପରେ ଦ୍ୱିତୀୟ ଇଂନିସରେ ଭାରତ ୩୭୫ ରନର ବିଜୟ ଲକ୍ଷ୍ୟ ନେଇ ମୌଦାନକୁ ଓହ୍ଲାଇଥିଲା । ହେଲେ ଅଷ୍ଟ୍ରେଲିଆ ମାଟିରେ ଭାରତ ଉପରେ ଭାରି ପଡିଲା କଙ୍ଗାରୁ ଦଳ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୯୦, ଶିଖର ଧୱନ ୭୪ ରନ କରିଥିଲେ । ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ଫଳରେ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୦୮ ରନ କରିବାରେ ସଫଳ ହୋଇଥିଲା ।