କନକ ବ୍ୟୁରୋ : ନିଜ ୪ ସନ୍ତାନକୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇ ପ୍ରାୟ ୨୦ ବର୍ଷର ଦଣ୍ଡ କାଟିବା ପରେ ମୁକୁଳିଛନ୍ତି କ୍ୟାଥଲିନ ଫୋଲବିଗ । ନିଉ ସାଉଥ ବେଲସର ସୁଡପ୍ରିମ କୋର୍ଟ କ୍ୟାଥଲିନଙ୍କୁ ଦୋଷ ମୁକ୍ତ ଘୋଷଣା କରିବା ସହ ତାଙ୍କ ବିରୋଧରେ ଥିବା ସବୁ ମାମଲାକୁ ଖାରଜ କରିଛି । ୧୯ ଦିନରୁ ୧୮ ମାସ ଭିତରେ ଥିବା ଚାରିଟି ଛୁଆ କେଲ. ପାଟ୍ରିକ, ସାରା ଓଲାରାଙ୍କୁ ହତ୍ୟା କରିବା ଅଭିଯୋଗ ରହିଥିଲା କ୍ୟାଥଲିଙ୍କ ବିରୋଧରେ ।
୨୦୦୩ରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ କ୍ୟାଥଲିନଙ୍କୁ ୪୦ ବର୍ଷର ଦଣ୍ଡାଦେଶ ହୋଇଥିଲା । ପରେ ଏହାକୁ ୩୦ ବର୍ଷକୁ ଖସାଇ ଦିଆ ଯାଇଥିଲା । ଏବେ ୨୦ ବର୍ଷ ଦଣ୍ଡ କାଟିବା ପରେ ତାଙ୍କୁ ଛାଡି ଦିଆଯାଇଛି । କୋର୍ଟଙ୍କ କହିବା ଅନୁସାରେ କ୍ୟାଥଲିନଙ୍କ ବିରୋଧରେ ଅଣା ଯାଇଥିବା ଅଭିଯୋଗ ଯେଉଁ ସବୁ ପ୍ରମାଣ ଆଧାରରେ କରା ଯାଇଛି ତାହା ସମ୍ପୁର୍ଣ୍ଣ ବିଶ୍ୱାସ ଯୋଗ୍ୟ ନହେଁ । ଏଣୁକରି କୋର୍ଟ ବାକି ମାମଲା ଗୁଡିକୁ ମଧ୍ୟ ଖାରଜ କରିଛି ।
କ୍ୟାଥଲିନ ନିଜ ଛୁଆ ମାନଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଥିବା ବେଳେ ପ୍ରମାଣ ସ୍ୱରୂପ କୋର୍ଟ ସମ୍ମୁଖରେ କ୍ୟଥଲିନଙ୍କ ଏକ ଡାଏରି ଉପସ୍ଥାପନ କରାଯାଇଥିଲା । ଏଥିରୁ ଜଣା ପଡୁଥିଲାକି କ୍ୟାଥଲିନଙ୍କ ମାନସିକ ସ୍ଥିତି ସୁସ୍ଥ ନୁହେଁ । କିନ୍ତୁ ଏହି ଡାଏରୀ କୌଣସି ମନୋବିଜ୍ଞାନୀ କିମ୍ବା ମାନସିକ ରୋଗୀ ବିଶେଷଜ୍ଞଙ୍କ ଠାରୁ ଯାଂଚ୍ କରାଯାଇନଥିଲା । ଏହା ଛଡା ସେ ଡାଏରୀରେ ଏମିତି କଣ ଉଲ୍ଲେଖ ରହିଛି ଏନେଇ ମଧ୍ୟ ଗଣ ମାଧ୍ୟମରେ କୌଣସି ସୂଚନା ନାହିଁ । ଜେଲରୁ ମୁକୁଳିବା ପରେ କ୍ୟାଥଲିନ ଖୁସି ବ୍ୟକ୍ତ କରିବା ସହ ସେ ନିର୍ଦ୍ଧୋଷ ଥିଲେ ଓ ନିଜ ଛୁଆ ମାନଙ୍କୁ ସେ ହତ୍ୟା କରି ନାହାନ୍ତି ବୋଲି ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିଚାର ବ୍ୟବସ୍ଥା ନିଜ ଅପାରଗତା ଘୋଡାଇବା ପାଇଁ ମତେ ଦୋଷୀ ସାବ୍ୟସ୍ତ କରିଛି ହେଲେ ମୋ ବିରୁଧରେ ସେଭଳି କିଛି ପ୍ରମାଣ ନଥିଲା । ସେପଟେ କ୍ୟାଥଲିନଙ୍କ ଓକିଲ ଏ ନେଇ କ୍ଷତିପୂରଣ ଦାବି କରିଛନ୍ତି ।