କନକ ବ୍ୟୁରୋ : ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ । ଆଇସିସିର ଏହି ମେଗା ଇଭେଣ୍ଟ ପାଇଁ  କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ୫ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆ ୧୮ ଜଣିଆ ଦଳିଆ ଘୋଷଣା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଚୂଡାନ୍ତ ୧୫ ଜଣିଆ ଦଳ ଖୁବଶୀଘ୍ର ଘୋଷଣା କରିବ । ଘୋଷିତ ୧୮ ଜଣିଆ ଦଳରେ ଅନେକ ନାଁ ଚକିତ କରିଛି । ଅଲରାଉଣ୍ଡର ଆରୋନ ହାର୍ଡି  ଓ ସ୍ପିନର ତନଭୀର ସାଂଘାଙ୍କୁ ଏହି ୧୮ ଜଣିଆ ଦଳରେ ସ୍ଥାନ ମିଳିଛି । ତେବେ ଦଳର ଭରସାଯୋଗ୍ୟ ବ୍ୟାଟର ମାର୍ନସ ଲାବୁସେନଙ୍କୁ ୧୮ ଜଣିଆ ଦଳରୁ ବାଦ ଦିଆଯାଇଛି ।

Advertisment

ଆଇସିସି ନିୟମ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୮ ସୁଦ୍ଧା ସମସ୍ତ ଟିମ୍ ନିଜର ଦଳ ଘୋଷଣା କରିବେ । କିନ୍ତୁ ଏହାର ଢେର ଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଭାରତ ବିପକ୍ଷରେ ଖେଳିବ । ଚଳିତ ବିଶ୍ୱକପରେ କମିନ୍ସ ଦଳର ନେତୃତ୍ୱ ନେବେ । ଏବେ କମିନ୍ସ ଆହତ ହୋଇ କେତୋଟି ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ତେବେ ବିଶ୍ୱକପ ପୂର୍ବରୁ କମିନ୍ସ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବେ ବୋଲି ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି । ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ବିଶ୍ୱକପ ଚାମ୍ପିୟନ ହୋଇଛି ।

aus