କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପଂହଚିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ ଗୋଲରେ ହରାଇଛି । ଆଜି ପ୍ରଥମରୁ ହିଁ ଅଷ୍ଟ୍ରେଲିଆ ଦଳ ଆକ୍ରାତ୍ମକ ଭାବେ ଖେଳିଥିଲା । କ୍ୱାର୍ଟର ଫାଇନାଲ ମ୍ୟାଚ ଆରମ୍ଭ ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ବଢିଛି । ଆଜି ଓ ଆସନ୍ତାକାଲି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଏହି ସବୁ ମ୍ୟାଚ ଖେଳାଯାଉଛି । କାଲି ନେଦରଲ୍ୟାଣ୍ଡ କୋରିଆ ଓ ଇଂଲଣ୍ଡ –ଜର୍ମାନୀ ମଧ୍ୟରେ ମୁକାବିଲା ହେବ । ..ସେପଟେ ଦ୍ୱିତୀୟ ଦଳ ଭାବେ ସେମିରେ ପଂହଚିଛି ବେଲଜିୟମ ଦଳ । ନ୍ୟୁଜିଲାଣ୍ଡକୁ ୨-୦ରେ ପରାସ୍ତ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଦଳ । ଦଳ ତରଫରୁ ପ୍ରଥମ କ୍ୱାର୍ଟରରେ ଗୋଲ ଦେଇଥିଲେ ବୋନ ଟୋମ । ନ୍ୟୁଜିଲାଣ୍ଡ ୨୯ ମିନିଟରେ ପ୍ରଥମ ପେନାଲଟି ସୁଯୋଗ ପାଇଥିଲେ ବି ଗୋଲ ହୋଇପାରିନଥିଲା । ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦୁଇଟି ଗୋଲ ଦେଇ ଆଗୁଆ ରହିଥିଲା ବେଲିଜିୟମ । ନ୍ୟୁଜିଲାଣ୍ଡ ପେନାଲଟି କର୍ନର ମିସ କରି କୌଣସି ବି ଗୋଲ କରିପାରିନଥିଲା ।
ହକି ବିଶ୍ୱକପର ସେମିରେ ଅଷ୍ଟ୍ରେଲିଆ ଓ ବେଲିଜୟମ: କାଲି ଖେଳାଯିବ ଆଉ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ
/kanak/media/post_attachments/wp-content/uploads/2023/01/38-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)